୨୧ବର୍ଷ ପରେ ତୃଣମୂଳ କଂଗ୍ରେସ ନିଜ ଲୋଗୋରୁ ‘କଂଗ୍ରେସ’ ଶବ୍ଦ ହଟାଇଲା

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରୁ ଅଲଗା ହେବାର ୨୧ବର୍ଷ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ନିଜ ଦଳ  ତୃଣମୂଳ କଂଗ୍ରେସ ପାର୍ଟିର  ଲୋଗରୁ ‘କଂଗ୍ରେସ’ ଶବ୍ଦ ହଟାଇ ଦେଇଛି। ପାର୍ଟିର ନୂଆ ଲୋଗୋରେ ସବୁଜ ରଙ୍ଗରେ ତୃଣମୂଳ ଲେଖାଯାଇଛି ଓ ଦୁଇଟି ଫୁଲ ପାଖୁଡା ରହିଛି, ଯାହାର ପଛପଟେ ନୀଳ ରଙ୍ଗ ରହିଛି। ପାର୍ଟିର ନେତା ଏହି ଲୋଗୋକୁ ଏକ ସପ୍ତାହ ହେବ ବ୍ୟବହାର କରୁଛନ୍ତି। ୧୯୯୮ରେ କଂଗ୍ରେସରୁ ଅଲଗା ହୋଇ ମମତା ବାନାର୍ଜୀ ନିଜ ଦଳ ତୃଣମୂଳ କଂଗ୍ରେସ ଗଢ଼ିଥିଲେ। ୨୧ବର୍ଷ ପରେ ଟିଏମ୍‌ସିକୁ କେବଳ ତୃଣମୂଳ ନାମରେ ଉପସ୍ଥାପନ କରାଯାଉଛି।

HW English

ପାର୍ଟି ନିଜର ସମସ୍ତ ପୋଷ୍ଟର, ବ୍ୟାନର ସମେତ ସମସ୍ତ ପ୍ରକାର ପ୍ରଚାର ସାମଗ୍ରୀରୁ କଂଗ୍ରେସ ଶବ୍ଦ ହଟାଇ ଦେଇଛି। ପାର୍ଟିର ମୁଖ୍ୟ ନେତା ଅଭିଶେଷ ବାନାର୍ଜୀ ଓ ରାଜ୍ୟସଭା ସାଂସଦ ଡେରେକ ଓ ବ୍ରେନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଡିପିରେ ଏହି ନୂଆ ଲୋଗୋ ଲଗାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର