କୋଲ୍କାତା: ଗୋର୍ଖା ଅଧ୍ୟୁଷିତ ଉତ୍ତର ବଙ୍ଗର ଦାର୍ଜିଲିଙ୍ଗ୍ ପାର୍ବତ୍ୟ ଅଞ୍ଚଳବାସୀଙ୍କ ସହିତ ଉତ୍ତମରୂପେ ଭାବ ବିନିମୟ ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋର୍ଖାଲି ଭାଷା ଶିଖିବେ ବୋଲି ସ୍ଥିର କରିଛନ୍ତି।
ନେପାଳୀ କବି ଭାନୁ ଭକ୍ତଙ୍କ ଜୟନ୍ତୀ ଅବସରରେ ବୁଧବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ବେଳେ ସେ କହିଲେ, ଗୋର୍ଖାଲି ଭାଷା ଶିଖିବା ପାଇଁ ଉପାୟ ପାଇସାରିଛି। ତାହା ହେଲା, ମୋର ଜଣେ ପୁତୁରା କୁରସେଓଙ୍ଗ୍ର ଜଣେ ଝିଅକୁ ବାହା ହେବ। ପେସାରେ ଦୁହେଁ ଡାକ୍ତର। ସେମାନଙ୍କ ବାହାଘର ପରେ ପୁତୁରାବୋହୂଠାରୁ ଗୋର୍ଖାଲି ଭାଷା ଶିଖିବି ବୋଲି ଠିକ୍ କରିଛି।
ଭାନୁ ଭକ୍ତଙ୍କ ଜୀବନ ସଂପର୍କରେ କହିବାକୁ ଯାଇ ବାନାର୍ଜୀ କହିଲେ, ନେପାଳର ଏହି ମହାନ୍ କବି କେବେ ଜନସାଧାରଣଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାରେ ବିଶ୍ବାସ କରୁ ନ ଥିଲେ। ଆମେ ‘ତୃଣମୂଳ କଂଗ୍ରେସ’ରେ ଥାଇ ଜନତାଙ୍କ ଏକତା କଥା କହୁଛୁ। ଜଣେ ଜନତାଙ୍କ ଗହଣରେ ରହି କାମ କଲେ ସଚ୍ଚା ନେତା ହୋଇ ପାରିବ ବୋଲି ଆମର ବିଶ୍ବାସ।
Image Courtesy of The Hinduବୁଧବାର ସକାଳେ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଦାର୍ଜିଲିଙ୍ଗ୍ ନଗରୀର ବାଟଘାଟରେ ବୁଲାବୁଲି କରିବା ସହ ଲୋକମାନଙ୍କ ସହିତ ବିଶେଷକରି, ପିଲାମାନଙ୍କ ସହିତ ଆଳାପ କରିଥିଲେ। ପିଲାମାନଙ୍କୁ ଚକ୍ଲେଟ୍ ଦେବା ସହ ସେମାନଙ୍କ ଗହଣରେ ଫଟୋ ଉଠାଇଥିଲେ।
ବୁଧବାର ଦିନ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖଡ଼ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଦାର୍ଜିଲିଙ୍ଗ୍ରେ ଥିଲେ। ଉଭୟ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଧନଖଡ଼ ଚା ଖାଇବାକୁ ଆମନ୍ତ୍ରଣ କରିଥିଲେ।
ଚା ପାନ କରି ଆସିବା ପରେ ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଲେ ଯେ, ଏଇଟା ସୌଜନ୍ୟମୂଳକ ଆମନ୍ତ୍ରଣ ଥିଲା। ସେଠାରେ କୌଣସି ରାଜନୈତିକ ଆଲୋଚନା ହୋଇନାହିଁ। ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଆସାମର ମୁଖ୍ୟମନ୍ତ୍ରୀଙ୍କ ସହିତ କିଛି ଆଲୋଚନା ହେଲା କି, ବୋଲି ପଚରା ଯିବାରୁ ବାନାର୍ଜୀ କହିଲେ, ଆମେ ଦୁଇଟି ପୃଥକ୍ ଦଳର ହୋଇଥିବାରୁ ତାହା କିପରି ସମ୍ଭବ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/mb-1.jpg)