କୋଲକାତା: ବିଜେପି କର୍ମୀଙ୍କ 'ଜୟ ଶ୍ରୀରାମ' ନାରାକୁ ନେଇ ଚିହିଁକି ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ନୂଆ ନାରା ଦେଇଛନ୍ତି | ହୁଗଳି ଜିଲ୍ଲାର ପୁରସୁରାରେ ଏକ ସାଧାରଣ ସଭାରେ ମମତା କହିଛନ୍ତି ଯେ 'ବିଜେପି ଆଗରେ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ମୁଁ ମୋର ଗଳା କାଟିବାକୁ ପସନ୍ଦ କରିବି'। ବିଜେପିର ଜୟ ଶ୍ରୀରାମ ସ୍ଲୋଗାନକୁ ଟକ୍କର ଦେଇ ମମତା ନିଜେ ଏକ ନୂଆ ନାରା ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, 'ହରେ କୃଷ୍ଣ ହରେ ରାମ, ବିଦା ହୋ ବିଜେପି-ବାମ' ଅର୍ଥାତ 'ହରେ କୃଷ୍ଣ ହରେ ରାମ, ବିଜେପି ଓ ବାମ ଦଳ ବିଦା ହୁଅନ୍ତୁ' | ସୂଚନା ଥାଉ କି ଜାନୁଆରୀ ୨୩ ରେ ଭିକ୍ଟୋରିଆ ମେମୋରିଆଲରେ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ମମତା ଭାଷଣ ଦେବାକୁ ଆସିଥିବାବେଳେ କିଛି ବିଜେପି କର୍ମୀ ଜୟ ଶ୍ରୀରାମ ନାରା ଦେଇଥିଲେ |
ଆଉ ଏଥିରେ ମମତା ରାଗିଯାଇ ଭାଷଣ ଦେବାକୁ ମନା କରିଦେଇଥିଲେ | ଆଜି ମମତା କହିଛନ୍ତି ଯେ 'ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ମୋର ଅପମାନ କରିଛନ୍ତି। ମୁଁ ବନ୍ଧୁକ ନୁହେଁ ରାଜନୀତିରେ ବିଶ୍ୱାସ କରେ। ବିଜେପି ନେତାଜୀ ଏବଂ ପଶ୍ଚିମବଙ୍ଗକୁ ଅପମାନିତ କରିଛି'।
ମମତା କହିଛନ୍ତି ଯେ 'ଯଦି ଆପଣ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଶଂସା କରିଥାନ୍ତେ, ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଇଥା’ନ୍ତି, କିନ୍ତୁ ଯଦି ଆପଣ ମୋତେ ବନ୍ଧୁକର ଶକ୍ତିରେ ରଖିବାକୁ ଚେଷ୍ଟା କରନ୍ତି, ତେବେ ମୁଁ ଜାଣେ କିପରି ଆକ୍ରମଣର ମୁକାବିଲା କରିବି'। ମମତା ଏହା ମଧ୍ୟ କହିଛନ୍ତି ଯେ ସେଦିନ ସମାରୋହରେ କେବଳ ନେତାଜୀଙ୍କୁ ଅସମ୍ମାନ କରାଯାଇନଥିଲା, ବରଂ କିଛି ଲୋକ ମୋତେ ହଇରାଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Mamta-BJPs-Rally-Style_Thumbnail.jpg)