ମୁଁ ବି ଦ୍ରୌପଦୀଙ୍କୁ ସମର୍ଥନ ଦେଇଥାନ୍ତି, କିନ୍ତୁ….: ମମତା ବାନାର୍ଜୀ

କୋଲକାତା: ମୁଁ ଦ୍ରୌପଦୀ ମୁର୍ମୁଙ୍କୁ ପସନ୍ଦ କରେ | ତାଙ୍କୁ ସମର୍ଥନ ଦେଇଥାନ୍ତି, କିନ୍ତୁ ବିଜେପିର ଭୁଲ ପାଇଁ ସମର୍ଥନ ଦେବି ନାହିଁ | ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ବିଜେପି ଆମ ସହ ପୂର୍ବରୁ କଥା ହୋଇଥାନ୍ତା ତେବେ ଆମେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିଥାନ୍ତୁ। ଯଦି ସେମାନେ(ବିଜେପି) ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିବ ବୋଲି ସୂଚନା ଦେଇଥାନ୍ତା ତେବେ ଆମେ ସମର୍ଥନ କରିଥାନ୍ତୁ।

ଆମେ ଚାହୁଁ ରାଷ୍ଟ୍ରପତି ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ହେଉ। ମମତା ରାଷ୍ଟ୍ରପତି ନିର୍ବାଚନକୁ ନେଇ କହିଛନ୍ତି ଯେ, ‘ମୁଁ ଦୁଃଖିତ, କିନ୍ତୁ ଦ୍ରୌପଦୀ ମୁର୍ମୁଙ୍କ ଅବସ୍ଥା ବହୁତ ଭଲ ଅଛି। ଯଦି ବିଜେପି ଆଲୋଚନା କରିଥାନ୍ତା ତେବେ ଆମେ ମଧ୍ୟ ତାଙ୍କୁ ସମର୍ଥନ କରିଥାନ୍ତୁ, କିନ୍ତୁ ବର୍ତ୍ତମାନ ସେୟା କରିବାକୁ ପଡିବ, ଯାହା ପୂରା ବିରୋଧୀ ଦଳ ନିଷ୍ପତ୍ତି ନେବେ | ଆପଣଙ୍କୁ କହିରଖୁଛୁ ଯେ ରାଷ୍ଟ୍ରପତି ନିର୍ବାଚନରେ ​​ଏନଡିଏର ପ୍ରାର୍ଥୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ହେଉଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା | ଯଶବନ୍ତ ସିହ୍ନାଙ୍କ ନାମ ମମତା ବାନାର୍ଜୀ ହିଁ ସୁପାରିଶ କରିଥିଲେ |

ଯଶୱନ୍ତ ସିହ୍ନା ଟିଏମସିର ଉପସଭାପତି ଥିଲେ ଏବଂ ରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମ ଘୋଷଣା ହେବା ପୂର୍ବରୁ ମଧ୍ୟ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଉଲ୍ଲେଖ ଥାଉ କି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ପ୍ରାର୍ଥୀତ୍ୱ ପାଇଁ ସମର୍ଥନ ଲୋଡିଛନ୍ତି।

ସମ୍ବନ୍ଧିତ ଖବର