କୋଲକାତା: ଆସନ୍ତା ଜୁଲାଇ ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ଅଛି। ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଟିଏମ୍ସି ପାଇଁ ପ୍ରଚାର କରୁଛନ୍ତି। ନିର୍ବାଚନ ପ୍ରଚାର ଅନ୍ତର୍ଗତ ମମତା ଆଜି ଜଲପାଇଗୁଡ଼ିର ମାଲବଜାରରେ ଏକ ଚା’ ଦୋକାନରେ ଚା’ ବିକାଳି ପାଲଟିଛନ୍ତି। ମମତା ନିଜ ହାତରେ ଲୋକମାନଙ୍କୁ ଚା’ ପିଇବାକୁ ଦେଇଥିବା ଦେଖିବାକୁ ମିଳିଛି। ତେବେ ଏହି ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ମମତାଙ୍କୁ ସମାଲୋଚନା କରିଛନ୍ତି। ଅଧୀର ରଂଜନ କହିଛନ୍ତି, ଦୀର୍ଘ ୧୨ ବର୍ଷ ପରେ ମମତା ବାନାର୍ଜୀ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରୁଛନ୍ତି। ମମତା ଭଲଭାବେ ହୃଦ୍ବୋଧ କରି ସାରିଛନ୍ତି ଯେ ଭୋଟରମାନେ ତାଙ୍କ ଦଳ ଟିଏମ୍ସି ଉପରୁ ଆସ୍ଥା ହରାଇ ସାରିଛନ୍ତି। ସେଥିପାଇଁ ମମତା ଦଳ ପାଇଁ ପ୍ରଚାର କରୁଛନ୍ତି। ଅଧୀର ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ଭୋଟରଙ୍କୁ ଭୟଭୀତ କରିବାପାଇଁ ଟିଏମ୍ସି ହିଂସାକୁ ବ୍ୟବହାର କରିଛି ଏବଂ ନିର୍ବାଚନ ପୂର୍ବରୁ ପରିସ୍ଥିତି ଅତି ଭୟଙ୍କର ରହିଛି ବୋଲି କହିଛନ୍ତି।
ପ୍ରଚାର ସମୟରେ ଚା’ ବିକାଳି ପାଲଟିଲେ ମମତା
/sambad/media/post_attachments/wp-content/uploads/2023/06/54654gd65jgdjgddgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)