କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାଙ୍କ ମଧ୍ୟ ବୟାନବାଜି ସେତେ ତୀବ୍ର ହେବାରେ ଲାଗିଛି | ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟି ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ,'ତୃଣମୂଳ କଂଗ୍ରେସର କିଛି ବିଶ୍ୱାସଘାତକଙ୍କୁ ନେଇ ବିଜେପି ପଶ୍ଚିମବଙ୍ଗ ଜିତିବାର ସୂତ୍ର ବ୍ୟବହାର କରୁଛି। ଯେଉଁମାନେ ବିଜେପିରେ ଯୋଗ ଦେଉଛନ୍ତି ସେମାନେ ମନେ ରଖିବା ଉଚିତ୍ ଯେ ସେମାନେ ଏକ ଦଙ୍ଗା ସୃଷ୍ଟିକାରୀ ଦଳକୁ ଯାଉଛନ୍ତି'। ମମତା ନିକଟରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ନାମ ନ ନେଇ କହିଛନ୍ତି ଯେ,' ଜଙ୍ଗଲ ସହାୟକ ନିଯୁକ୍ତିରେ ଦୁର୍ନୀତି କରିଥିବା ନେତାମାନେ ଏବେ ବିଜେପିରେ ଯୋଗ ଦେଉଛନ୍ତି'।
ମମତା ଦାବି କରିଛନ୍ତି ଯେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ବିଜେପି ଟିକେଟ୍ ବିକ୍ରି କରୁଛି। ବିଜେପି ଦଳରେ ଯେଉଁ କଳଙ୍କିତ ନେତାମାନେ ମିଶୁଛନ୍ତି, ସେମାନଙ୍କ ଦାଗ ଛଡ଼ାଇବାକୁ ବିଜେପି ଚେଷ୍ଟା କରୁଛି | ୱାଶିଂମେସିନ୍ ପରି ବିଜେପି ଦାଗ ଲିଭାଇବାକୁ ଚେଷ୍ଟା କରୁଥିବାବେଳେ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି, ସେମାନେ ଚାଲିଯାଆନ୍ତୁ |
ଦଳରେ ଯେଉଁମାନେ ଶୃଙ୍ଖଳିତ ଭାବେ ରହିବେ ଓ ନିର୍ବାଚନରେ ଲଢ଼ିବେ ସେମାନେ ହିଁ ଦଳ ଛାଡିଥିବା ବିଶ୍ୱାସଘାତକଙ୍କୁ ହରାଇପାରିବେ | ସୂଚନା ଥାଉ କି ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଅନେକ ଟିଏମସି ବିଧାୟକ ମମତାଙ୍କୁ ଛାଡି ବିଜେପିରେ ଯୋଗ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Mamata-1.jpg)