ପଶ୍ଚିମବଙ୍ଗରେ ବଡ଼ ଓଲଟପାଲଟ, ନନ୍ଦୀଗ୍ରାମରୁ ହାରିଗଲେ କି ମମତା ଦିଦି !

କୋଲକାତା :  ପଶ୍ଚିମବଙ୍ଗର ହାଇପ୍ରୋଫାଇଲ ନନ୍ଦୀଗ୍ରାମ ବିଧାନସଭା ଆସନର ଫଳାଫଳକୁ ନେଇ ବିବାଦ ଦେଖାଦେଇଛି । କିଛି ସମୟ ପୂର୍ବରୁ ଖବର ଆସିଥିଲା ଯ଼େ ଏହି ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜୟ ହାସଲ କରିଛନ୍ତି । ପରେ ଏହି ଆସନରୁ ବିଜେପିର ଶୁଭେନ୍ଦୁ ଅଧିକାରୀ ବିଜୟ ହାସଲ କରିଛନ୍ତି ବୋଲି କୁହାଯ଼ାଉଛି । ସେ ମମତାଙ୍କୁ ୧୭୩୬ଟି ଭୋଟରେ ପରାସ୍ତ କରିଛନ୍ତି ବୋଲି କୁହାଯ଼ାଉଛି ।  ଏପରିକି ଶୁଭେନ୍ଦୁ ଅଧିକାରୀ ଟ୍ହିଟ କରି ପୁନଃ ଗଣତିର ଏକ ରିପୋର୍ଟ ସଂଲଗ୍ଧ କରିଛନ୍ତି  । ମାତ୍ର ନିର୍ବାଚନ ଆୟୋଗ ଓ୍ବେବସାଇଟରେ ଏପର୍ଯ଼୍ୟନ୍ତ ମମତା ଜିତିଥିବା କଥା ଉଲ୍ଲେଖ ରହିଛି ।

ଏହାର ପ୍ରତିକ୍ରିୟାରେ ମମତା କହିଛନ୍ତି ଯ଼େ ସେ ନନ୍ଦୀଗ୍ରାମ ଲୋକମାନଙ୍କ ନିଷ୍ପତ୍ତିକୁ ସ୍ବୀକାର କରୁଛନ୍ତି । ନନ୍ଦୀଗ୍ରାମ କଥା ଭୁଲିଯ଼ାଅ, ତାଙ୍କ ଦଳ  ସମଗ୍ର ରାଜ୍ୟରେ ବିଜୟ ହାସଲ କରିଛି ।

ତେବେ ସେ ଆହୁରି ମଧ୍ୟ କହିଛନ୍ତି ଯ଼େ ଏହି ନିର୍ବାଚନ ଫଳାଫଳ ବିରୋଧରେ ସେ ନିର୍ବାଚନ ଆୟୋଗ ବିରୋଧରେ ସୁପ୍ରିମକୋର୍ଟରେ ଅଭିଯ଼ୋଗ କରିବେ । ସେ ମଧ୍ୟ ଆଉଥରେ ଭୋଟ ଗଣତି ପାଇଁ ଦାବି କରିଛନ୍ତି ।

 

ଆଜି ଦଳର ବିଜୟ ପରେ ସାମ୍ବାଦିକମାନଙ୍କୁ ମମତା ସାମ୍ବାଦିକମାନଙ୍କୁ କହିଛନ୍ତି ଯ଼େ, ଏହି ବିଜୟ ପଶ୍ଚିମବଙ୍ଗବାସୀଙ୍କର । ତେବେ ତାଙ୍କ ଦଳ ବିଜୟ ଉତ୍ସବ ପାଳନ କରିବ ନାହିଁ । ସେହିପରି ଶପଥ ଗ୍ରହଣ ଉତ୍ସବ ନିରାଡମ୍ବରଭାବେ ପାଳନ କରାଯ଼ିବ । ନିର୍ବାଚନ ବେଳେ ବିଜେପି ନିଜର ଧନବଳ, କ୍ଷମତାବଳର ଭରପୂର ଉପଯ଼ୋଗ କରିଥିଲା ।କେବଳ ଏତିକି ନୁହେଁ ନିର୍ବାଚନ ଆଯୋଗ ମଧ୍ୟ ବିଜେପିର ହାତବାରିସୀ ଭାବେ କାମ କରୁଥିଲା ବୋଲି ସେ ଅଭିଯ଼ୋଗ କରିଛନ୍ତି ।

ସମ୍ବନ୍ଧିତ ଖବର