ଇଭିଏମ ବଦଳରେ ବାଲଟ ପେପର ଲାଗୁ କରିବାକୁ ଦାବି କଲେ ମମତା

କୋଲକାତା: ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ବା ଇଭିଏମ ବଦଳରେ ବାଲଟ ପେପର ବ୍ୟବସ୍ଥା ଲାଗୁ କରିବାକୁ ପୁଣି ଦାବି କରିଛନ୍ତି | ମମତା କହିଛନ୍ତି ଯେ ଗଣତନ୍ତ୍ରର ସୁରକ୍ଷା ପାଇଁ ତଥା ନିର୍ବାଚନ ସମୟରେ କଳାଧନ ବ୍ୟବହାର ରୋକିବା ପାଇଁ ଦେଶରେ ନିର୍ବାଚନ ପଦ୍ଧତିରେ ପରିବର୍ତ୍ତନ ଆବଶ୍ୟକ |

ସେ କହିଛନ୍ତି ଯେ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ ଓ ଆମେରିକା ପୂର୍ବରୁ ଇଭିଏମ ବ୍ୟବସ୍ଥା ଆପଣେଇଥିଲେ ବି ବର୍ତ୍ତମାନ ଏଥିରୁ ବିରତ ରହିଛନ୍ତି | ମମତା କହିଛନ୍ତି ଯେ ଲୋକସଭା ନିର୍ବାଚନରେ ବିଜେପି ଇଭିଏମ, ସିଆରପିଏଫ ଓ ନିର୍ବାଚନ କମିଶନଙ୍କ ବ୍ୟବହାର କରି ଜିତିଯାଇଛନ୍ତି |

Election Commission of India

ପଶ୍ଚିମବଙ୍ଗରେ ୧୮ଟି ଆସନ ଜିତିଥିବାରୁ ଆମର କର୍ମୀଙ୍କୁ ସେମାନେ ମାଡ ମାରୁଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି | ସେହିପରି ଆସନ୍ତା ଦିନରେ ହେବାକୁ ଥିବା ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ଇଭିଏମ ବଦଳରେ ବାଲଟ ପେପରରେ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନଙ୍କୁ ମମତା ଅନୁରୋଧ କରିଛନ୍ତି |

ସମ୍ବନ୍ଧିତ ଖବର