ମମତା ଦିଦି ସବୁବେଳେ କୁହନ୍ତି ‘ହୋବେ ନା’, କିନ୍ତୁ ଆମେ ପଶ୍ଚିମବଙ୍ଗରେ ଜିତିବୁ: ଜେପି ନଡ୍ଡା

କୋଲକାତା: ୨୦୨୧ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଅଭିଯାନରେ ଯାଇଥିବା ବିଜେପି ନେତା ଜେପି ନଡ୍ଡା ଏବଂ କୈଳାସ ବିଜୟବର୍ଗୀୟଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ନଡ୍ଡାଙ୍କ ଗାଡ଼ି ଡାଇମଣ୍ଡ୍‌ ହାର୍ବର୍‌ ଆଡ଼କୁ ଯାତ୍ରା କରୁଥିବା ସମୟରେ ପ୍ରତିବାଦକାରୀମାନେ ଏକତ୍ର ହୋଇ ରାସ୍ତା ଅବରୋଧ କରିବାକୁ ଉଦ୍ୟମ କରିଥିଲେ।। ତେବେ ଏହି ଘଟଣା ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସଭାପତି ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ଜେପି ନଡ୍ଡା। ମମତା ଦିଦି ସବୁବେଳେ କୁହନ୍ତି ‘ହୋବେ ନା’, କିନ୍ତୁ ଆମେ ଏଥର ପଶ୍ଚିମବଙ୍ଗରେ ଜିତିବୁ।

ସେ ସବୁବେଳେ ‘ହୋବେ ନା’ କୁହନ୍ତି | କିନ୍ତୁ ଆଗାମୀ ନିର୍ବାଚନରେ ଆମେ ଜିତିବୁ | ସେ ଜାଣି ସାରିଛନ୍ତି ଯେ, ସେ ହାରିବେ। ତାଙ୍କ ରାଜୁତି କାଳ ସରି ଆସୁଛି। ଆଜି ମୋ ସହିତ ପଶ୍ଚିମବଙ୍ଗରେ ଯେଉଁ ଘଟଣା ଘଟିଲା, ସେଭଳି ହଜାର ଘଟଣାର ସମ୍ମୁଖୀନ କରିବା ପାଇଁ ମୋ ଦଳ ପ୍ରସ୍ତୁତ। ଆମେ ପଛକୁ ହଟିବୁ ନାହିଁ। ଆଗାମୀ ନିର୍ବାଚନରେ ଆମ ଦଳ ବିଜୟ ହାସଲ କରିବ ବୋଲି କହିଛନ୍ତି ବିଜେପି ନେତା ଜେପି ନଡ୍ଡା।

ସମ୍ବନ୍ଧିତ ଖବର