୩୦ ମିନିଟ ବିଳମ୍ବରେ ପହଁଚିଲେ ଆଉ ଅନ୍ୟ ସ୍ଥାନରେ ମିଟିଂ ଥିବା କହି ପଳାଇଲେ

କିଛି ଏମିତି ଥିଲା ମୋଦୀ-ମମତାଙ୍କ ଭେଟଘାଟ

କୋଲକାତା: ପ୍ରଧାନମନ୍ତ୍ରୀଙ୍କ ୟାସ ବାତ୍ୟା ସମ୍ପର୍କିତ ସମୀକ୍ଷା ବୈଠକରେ ଅଧ ଘଣ୍ଟା ବିଳମ୍ବରେ ପହଁଚିଲେ ଦିଦି | ବାତ୍ୟା କ୍ଷୟକ୍ଷତିର ଦସ୍ତାବିଜ ମୋଦୀଙ୍କୁ ଧରାଇ ଅନ୍ୟ ସ୍ଥାନରେ ମିଟିଂ ଥିବା କହି ପଳାଇଲେ | ଆଜି କୋଲକାତାରେ କିଛି ଏଭଳି ଘଟଣା ଘଟିଛି | ଆଉ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି | କାରଣ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେଇନାହାଁନ୍ତି | କାରଣ ଆଜିର ଘଟଣାକୁ ନେଇ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ପଶ୍ଚିମବଙ୍ଗରେ ନିର୍ବାଚନ ସମାପ୍ତ ହେବାର ପ୍ରାୟ ଏକ ମାସ ବିତିଗଲାଣି, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମମତା ବାନାର୍ଜୀଙ୍କ ଅସନ୍ତୋଷ ଏପର୍ଯ୍ୟନ୍ତ ଦୂର ହୋଇପାରିନାହିଁ ।

ଆଜି ମୋଦୀଙ୍କ ବାତ୍ୟା ସମ୍ପର୍କିତ ସମୀକ୍ଷା ବୈଠକରେ ଉଭୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ୩୦ ମିନିଟ ବିଳମ୍ବରେ ପହଞ୍ଚିଥିଲେ। କେବଳ ଏତିକି ନୁହେଁ, ବୈଠକରେ ପହଞ୍ଚିବା ପରେ ମମତା ବାନାର୍ଜୀ ବାତ୍ୟାରର କ୍ଷୟକ୍ଷତି ରିପୋର୍ଟ ଦେଇ ସେଠାରୁ ଚାଲିଯାଇଥିଲେ |

ଏହାକୁ ନେଇ ମମତା ବାନାର୍ଜୀ କହିଛନ୍ତି, ‘ମୁଁ ଜାଣି ନଥିଲି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକ ଡାକିଛନ୍ତି। ଦିଘାରେ ମୋର ଆଉ ଏକ ମିଟିଂ ଥିଲା | ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରିପୋର୍ଟ ଦାଖଲ କରି ୨୦,୦୦୦ କୋଟି ଟଙ୍କାର ସହାୟତା ଦାବି କରିଛି | ଦିଘାର ବିକାଶ ପାଇଁ ୧୦,୦୦୦ କୋଟି ଏବଂ ସୁନ୍ଦରବନ୍ ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କା ଦାବି କରିଛି । ମୁଁ ମୋଦୀଙ୍କୁ କହିଥିଲି ଯେ ରାଜ୍ୟ ଅଧିକାରୀମାନେ ମୋତେ ଭେଟିବାକୁ ଚାହୁଁଛନ୍ତି। ଏହା ପରେ ମୁଁ ତାଙ୍କଠାରୁ ଅନୁମତି ନେଇ ଚାଲିଆସିଥିଲି । ‘

ସମ୍ବନ୍ଧିତ ଖବର