କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ତାଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୦୧୧ରେ ଟିଏମ୍‌ସି ରାଜ୍ୟରେ କ୍ଷମତାକୁ ଆସିବା ପରଠାରୁ ଏହା ସବୁଠାରୁ ବଡ଼ ଅଦଳବଦଳ। ମମତାଙ୍କ ମନ୍ତ୍ରିମଣ୍ଡଳ‌ରେ ୯ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି। ସାମିଲ ହୋଇଥିବା ନୂଆ ମନ୍ତ୍ରୀମାନେ ହେଉଛନ୍ତି ବାବୁଲ ସୁପ୍ରିୟ, ସ୍ନେହାଶିଷ ଚକ୍ରବର୍ତ୍ତୀ, ପାର୍ଥ ଭୌମିକ, ଉଦୟନ ଗୁହା, ପ୍ରଦୀପ ମଜୁମଦାର, ତାଜମୁଲ ହୋସେନ, ସତ୍ୟଜିତ ବର୍ମଣ, ବୀରବହ ହାଂସଦା ଏବଂ ବିପ୍ଳବ ରାୟ ଚୌଧୁରୀ।

Advertisment

ବାବୁଲ ସୁପ୍ରିୟ, ସ୍ନେହାଶିଷ ଚକ୍ରବର୍ତ୍ତୀ, ପ୍ରଦୀପ ମଜୁମଦାର, ପାର୍ଥ ଭୌମିକ ଏବଂ ଉଦୟନ ଗୁହା ନୂଆ‌ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। ବୀରବହ ହାଂସଦା ଏବଂ ବିପ୍ଳବ ରାୟ ଚୌଧୁରୀଙ୍କୁ ସ୍ବାଧୀନ ଦାୟିତ୍ବ‌ ମିଳିଛି। ଅନ୍ୟପ‌କ୍ଷେ ତାଜମୁଲ ହୁ‌ସେନ ଏବଂ ସତ୍ୟଜିତ ବର୍ମଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ସମସ୍ତ ୯ ଜଣ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାକୁ ନେଇ ପଶ୍ଚିମବଙ୍ଗ ମନ୍ତ୍ରୀ (ବର୍ତ୍ତମାନ ବହିଷ୍କୃତ) ପାର୍ଥ ଚାଟାର୍ଜୀ ଗିରଫ ହେବା ପରଠାରୁ ଟିଏମ୍‌ସି ଉପରେ ଚାପ ବଢ଼ିଥିଲା। ପାର୍ଥ ଚାଟାର୍ଜୀ ପଶ୍ଚିମବଙ୍ଗ କ୍ୟାବିନେଟରେ ୪ଟି ଗୁରୁତ୍ବପୂର୍ଣ୍ଣ ବିଭାଗରେ ଥିଲେ।