ମମତା ବାନାର୍ଜୀ କ’ଣ ଶାରଦା ମାତାଙ୍କ ଅବତାର ? ତୃଣମୂଳ ବିଧାୟକଙ୍କ ବୟାନକୁ ନେଇ ବିବାଦ

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ବୟାନ ଓ କାର୍ୟ୍ୟକଳାପକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି କରିଥାନ୍ତି । କିନ୍ତୁ ତାଙ୍କୁ ନେଇ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି ତାଙ୍କ ଦଳ ଟିଏମସିର ଜଣେ ବିଧାୟକ ନିର୍ମଳ ମାଜି ।
ସେ କହିଛନ୍ତି ଯେ ମମତା ହେଉଛନ୍ତି ରାମକୃଷ୍ଣ ପରମହଂସଙ୍କ ସହଧର୍ମିଣୀ ଶାରଦା ମାତାଙ୍କ ଅବତାର । ତାଙ୍କର ଏହି ବୟାନକୁ ତୀବ୍ର ବିରୋଧ କରିଛି ବେଲୁର ମଠ ।
ନିର୍ମଳ କହିଥିଲେ ଯେ ଜୀବିତ ଥିବାବେଳେ ଶାରଦା ମାତା ସ୍ବାମୀ ବିବେକାନନ୍ଦଙ୍କ ଅନୁଗାମୀମାନଙ୍କୁ କହିଥିଲେ ଯେ ସେ କୋଲକାତାର କାଳିଘାଟ ନିକଟରେ ପୁଣି ଜନ୍ମଗ୍ରହଣ କରିବେ ଓ ସେ ସମାଜସେବା ଓ ରାଜନୀତିରେ ଯୋଗ ଦେବେ । ମମତାଙ୍କ ଘର କାଳିଘାଟ ନିକଟରେ ଥିବାରୁ ଓ ସେ ରାଜନୀତିରେ ଥିବାରୁ ସେ ଶାରଦା ମାତାଙ୍କ ଅବତାର ବୋଲି ମାଜି କହିଥିଲେ ।
କିନ୍ତୁ ଏହାକୁ ତୀବ୍ର ବିରୋଧ କରି ବେଲୁର ମଠ ପକ୍ଷରୁ କୁହାଯାଇଛି ଯେ ମାଜିଙ୍କ ମନ୍ତବ୍ୟ ଶାରଦା ମାତାଙ୍କ ପ୍ରତି ଏକ ଅପମାନ । ଶାରଦା ମାତା ଜୀବିତ ଥିବାବେଳେ ନିଜର ପୁନର୍ଜନ୍ମ ସମ୍ପର୍କରେ କୌଣସି କଥା କହିଥିବା ସଂପର୍କରେ କିଛି ତଥ୍ୟ ନାହିଁ । ଏଣୁ ଏପରି କହିବା ଅମୂଳକ ।

 

ସମ୍ବନ୍ଧିତ ଖବର