ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନର ଶେଷ ଦିନ। ଏହାର ଅବ୍ୟବହିତ ପୂର୍ବରୁ ଆଜି ବିଜେପି ପକ୍ଷରୁ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରାଯାଇଛି। ନିକଟରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ମମତା ମହାନ୍ତଙ୍କୁ ଦଳର ପ୍ରାର୍ଥୀରୂପେ ଘୋଷଣା କରିଛି ବିଜେପି। ମମତା ମୟୂରଭଞ୍ଜର କୁଡ଼ୁମୀ ସଂପ୍ରଦାୟରୁ ପ୍ରତିନିଧିତ୍ବ କରୁଛନ୍ତି। ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ହେବ। ବିଧାନସଭାରେ ଦଳୀୟ ସଂଖ୍ୟା ଗଣିତ ଦୃଷ୍ଟିରୁ ମମତାଙ୍କ ବିଜୟ ସହଜସାଧ୍ୟ ହେବା ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟସଭାରେ ବିଜେଡିର ୮ ଓ ବିଜେପିର ଜଣେ ସାଂସଦ ଅଛନ୍ତି।
ମମତା ବିଜେପିର ରାଜ୍ୟସଭା ପ୍ରାର୍ଥୀ
/sambad/media/post_attachments/wp-content/uploads/2024/08/mamata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)