‘ମମତା ମୋ ଭଉଣୀ ପରି’: ରାଜ୍ୟପାଳ ଜଗଦୀପ ଧନକର

ଜୟପୁର: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ଶୁକ୍ରବାର ରାଜସ୍ଥାନ ବିଧାନସଭାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ନିଜ ଭାଷଣରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ କହିଛନ୍ତି। ରାଜ୍ୟପାଳ ଧନକର କହିଛନ୍ତି, ‘ଅନେକ ସମୟରେ ଅଜ୍ଞତା ହେତୁ ଝଗଡା ହେଉଛି… ମୁଁ କେବଳ ସମ୍ବିଧାନର ପରିସର ଅଧୀନରେ କାର୍ଯ୍ୟ କରିପାରିବି … ମୁଖ୍ୟମନ୍ତ୍ରୀଙ୍କ (ମମତା ବାନାର୍ଜୀ) ସହିତ ମୋର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଅଛି, ଏହା ଏକ ଭାଇ-ଭଉଣୀ ସମ୍ପର୍କ ପରି’, ବୋଲି ରାଜ୍ୟପାଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁରୁବାର ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନିକଟକୁ ଯାଇ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକରଙ୍କୁ ତାଙ୍କ ପଦରୁ ବରଖାସ୍ତ କରିବା ପାଇଁ ଦାବି କରିଥିଲେ।

ରାଜ୍ୟପାଳ ଧନକର ଏବଂ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ମଧ୍ୟରେ ସଂପ୍ରତି ସୃଷ୍ଟି ହୋଇଥିବା ତିକ୍ତ ସମ୍ପର୍କ ଚଳିତ ମାସରେ ସର୍ବକାଳୀନ ସର୍ବନିମ୍ନ ସ୍ତରକୁ ଛୁଇଁଛି। ରାଜ୍ୟପାଳ ନିକଟରେ କହିଥିଲେ ଯେ ସେ ମାନବିକ ଅଧିକାରକୁ ଦଳିଦେଇ ରାଜ୍ୟକୁ ହିଂସାରେ ଭିଜିଯିବା ଦେଖିପାରିବେ ନାହିଁ।

ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଅନେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀଙ୍କ ସରକାରଙ୍କ ସହ ରାଜ୍ୟପାଳ ଧନକରଙ୍କ ବିବାଦ ସୀମା ଅତିକ୍ରମ କରିଥିବା ବେଳେ ରାଜ୍ୟପାଳ ନିକଟରେ ମୁଖ୍ୟମନ୍ତ୍ରୀ ଏବଂ ବିଧାନସଭାର ବାଚସ୍ପତିଙ୍କୁ ଏକାଧିକ ପ୍ରସଙ୍ଗରେ ମାଗିଥିବା ସୂଚନାକୁ ପ୍ରଦାନ ନକରି ସାମ୍ବିଧାନିକ ନିୟମକୁ ଉଲତଲଂଘନ କରିଥିବା ରାଜ୍ୟପାଳ ଅଭିଯୋଗ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତିକୁ ନେଇ ସେ ଅମଲାତନ୍ତ୍ରଙ୍କୁ ସ୍ପଷ୍ଟୀକରଣ ପାଇଁ ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ଡାକାଇଥିଲେ।

ଜାନୁଆରି ୨୫ରେ ରାଜ୍ୟପାଳ ଧନକର ବିଧାନସଭା ପରିସରରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପଶ୍ଚିମବଙ୍ଗର ରାଜନୈତିକ ଅବସ୍ଥାକୁ ଭୟଙ୍କର ଏବଂ ଭୟଯୁକ୍ତ ବୋଲି ବର୍ଣ୍ଣନା କରିଥିଲେ।

ସମ୍ବନ୍ଧିତ ଖବର