ନୂଆଦିଲ୍ଲୀ: ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକର ଗଣନା ସମ୍ପ୍ରତି ଜାରି ରହିଛି।
ପ୍ରାପ୍ତ ସଦ୍ୟତମ ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ୧୦୬ଟି, ବିଜେପି ୯୭ଟି ଏବଂ କଂଗ୍ରେସ ୬ଟି ଆସନରେ ଆଗୁଆ ରହିଛନ୍ତି। ତାମିଲନାଡୁରେ ଡିଏମ୍କେ ୮୧, ଏଆଇଏଡିଏମ୍କେ ୫୭ରେ ଆଗୁଆ ରହିଛନ୍ତି। କେରଳରେ ଏଲ୍ଡିଏଫ୍ ୮୩, ୟୁଡିଏଫ୍ ୫୧, ବିଜେପି ୩ଟି ଆସନରେ ଆଗୁଆ ରହିଛନ୍ତି। ପୁଡୁଚେରୀରେ ବିଜେପି ୭, କଂଗ୍ରେସ ୬ ଆସନରେ ଆଗୁଆ ରହିଛନ୍ତି। ଆସାମରେ ବିଜେପି ୩୭, କଂଗ୍ରେସ ୨୧ ଏବଂ ଅନ୍ୟାନ୍ୟ ୪ଟି ଆସନରେ ଆଗୁଆ ରହିଛନ୍ତି।
Image Courtesy of The Times of Indiaଏହି ନିର୍ବାଚନରେ ବିଭିନ୍ନ ରାଜ୍ୟ ବହୁ ପ୍ରମୁଖ ବ୍ୟକ୍ତିତ୍ବ ଓ ରାଜନେତା ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ତୃଣମୂଳ କଂଗ୍ରେସର ମମତା ବାନାର୍ଜୀ ଓ ଉତ୍ତର ଆସାନସୋଲରେ ମଳୟ ଘଟକ ଆଗୁଆ ରହିଥିବା ବେଳେ ତାରକେଶ୍ବରରେ ବିଜେପିର ସ୍ବପନ ଦାସଗୁପ୍ତା ଏବଂ ଉତ୍ତର କୃଷ୍ଣନଗରରୁ ମୁକୁଳ ରାୟ ଏବଂ ଟଲିଗଞ୍ଜ୍ରେ କେନ୍ଦ୍ର ମନ୍ତ୍ରୀ ବାବୁଲ୍ ସୁପ୍ରିୟୋ ଆଗୁଆ ରହିଛନ୍ତି।
କେରଳର ପଲକଡ଼ରେ ମେଟ୍ରୋ ମ୍ୟାନ ଇ ଶ୍ରୀଧରନ ମଧ୍ୟ ଆଗୁଆ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/assembly-election.jpg)