ମୋଦୀଙ୍କୁ ଭେଟିଲେ ମମତା ଦିଦି, କୁର୍ତ୍ତା ଉପହାର ଦେଲେ

ନୂଆଦିଲ୍ଲୀ : ଗତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା । କିନ୍ତୁ ଏବେ ତିକ୍ତତାକୁ ଭୁଲି ମମତା ଆଜି  ମୋଦୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିଛନ୍ତି । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଭେଟି ସ୍ୱରୂପ ଏକ କୁର୍ତ୍ତା ଓ ମିଠା ପ୍ରଦାନ କରିଛନ୍ତି । ଗତ ନିର୍ବାଚନରେ ପ୍ରଚାର ବେଳେ ମୋଦୀ କହିଥିଲେ ଯେ ମମତା ତାଙ୍କୁ ସବୁବର୍ଷ ଏକ କୁର୍ତ୍ତା ଓ ବେଙ୍ଗଲି ମିଠା ପଠାନ୍ତି ।

ଅନ୍ୟପକ୍ଷରେ ପଶ୍ଚିମବଙ୍ଗକୁ ଅଧିକ ପାଣ୍ଠି ଦେବାକୁ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି । ପଶ୍ଚିମବଙ୍ଗର ନାଁ ବଙ୍ଗଳାକୁ ପରିବର୍ତ୍ତନ କରିବା ପ୍ରସଙ୍ଗରେ ମଧ୍ୟ ସେ ମୋଦୀଙ୍କୁ ଅବଗତ କରାଇଛନ୍ତି । ଏହାଛଡା ବୀରଭୂମ ଜିଲ୍ଲାରେ ଏକ ବୃହତ କୋଇଲା ଖଣିର ଉଦଘାଟନ କରିବାକୁ ସେ ମୋଦୀଙ୍କୁ ଅନୁରୋଧ କରିଛନ୍ତି । ତେବେ ଏନଆରସି ପ୍ରସଙ୍ଗ ଏହି ବୈଠକରେ ଉଠି ନ ଥିବା ମମତା ବାନାର୍ଜୀ ସାମ୍ବାଦିକମାନଙ୍କୁ କହିଛନ୍ତି ।

ସମ୍ବନ୍ଧିତ ଖବର