ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଆସି ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ପଶ୍ଚିମବଙ୍ଗକୁ ବକେୟା ୧,୦୦,୯୬୮ କୋଟି ଟଙ୍କା‌ ଦେବାପାଇଁ ମମତା ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକପତ୍ର ଉପସ୍ଥାପନ କରିଛନ୍ତି। ଏଥିସହ ଅନ୍ୟାନ୍ୟ ପ୍ରସଙ୍ଗରେ ମମତା ମୋଦୀଙ୍କ ସହ କଥା ହୋଇଛନ୍ତି।

Advertisment

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ଜଣେ ଟିଏମ୍‌ସି ନେତା ତଥା ପୂର୍ବତନ ମନ୍ତ୍ରୀ ଗିରଫ ହୋଇଥିବା ବେଳେ ଏହି ସମୟରେ ମମତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଶ୍‌ ଚର୍ଚ୍ଚାରେ ରହିଛି। ମମତା ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଆସନ୍ତା ୭ ତାରିଖରେ ମମତା ନିତି ଆୟୋଗ ବୈଠକରେ ଯୋଗ ଦେବେ। ପୂର୍ବରୁ ମମତା ନିତି ‌ଆୟୋଗ ବୈଠକ ବାରମ୍ବାର ବର୍ଜନ କରି ବିବାଦରେ ରହିଥିଲେ।