ନୂଆଦିଲ୍ଲୀ : ଜୟ ଶ୍ରୀରାମ ନାରା ଶୁଣି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଇଥିବା ଦେଖା ଯାଇଛି । ରାଗରେ ନାରା ଲଗାଉଥିବା ଲୋକଙ୍କୁ ମମତା ଚମଡା ଉତ୍ତାରି ଦେବି ବୋଲି ଧମକ ଦେଇଥିବା ଦେଖା ଯାଇଛି, ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଗତକାଲି ଘଟିଥିବା ନେଇ ସାମ୍ନାକୁ ଆସିଛି ।
#WATCH North 24 Parganas: West Bengal CM Mamata Banerjee gets off her car and confronts people chanting 'Jai Shri Ram' slogans, Banerjee says'These are all outsiders and BJP people, they are criminals and were abusing me. They are not from Bengal.' pic.twitter.com/haGjQmQYlv
— ANI (@ANI) 30 May 2019
ସୂଚନା ମୁତାବକ, ମମତା ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଦେଇ ଧାରଣାସ୍ଥଳକୁ ଯାଉଥିବା ସମୟରେ ରାସ୍ତାର ଆଖପାଖରେ କିଛି ଲୋକ ଜୟ ଶ୍ରୀ ରାମ କହି ନାରାବାଜି କରିଥିଲେ । ଯାହାକୁ ଶୁଣିବା ପରେ ରାଗି ଯାଇଥିଲେ ମମତା । କାରରୁ ଓହ୍ଲାଇ ମମତା ସେମାନଙ୍କ ଉପରେ ଚିତ୍କାର କରି ସଂପୃକ୍ତ ଲୋକଙ୍କୁ ବିଜେପିର ଏଜେଣ୍ଟ ବୋଲି କହିଥିଲେ । ଏହା ସହ ଚମଡ଼ା ଉତ୍ତାରି ଦେବି ବୋଲି ଧମକ ଦେଇଥିଲେ । ତେବେ ଏହି ଘଟଣା ପରେ ପୁଲିସ ୭ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।