ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ଆଗାମୀ ୨୯ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ବିରୋଧୀ ଦଳନେତାମାନଙ୍କ ଦିଲ୍ଲୀ ଗସ୍ତ ଆରମ୍ଭ ହୋଇଯାଇଛି। ଶୀତ ଅଧିବେଶନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରିମୋ ମମତା ବାନାର୍ଜୀ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଆସୁଛନ୍ତି। ସେ ସୋମବାର ଏଠାରେ ପହଞ୍ଚିବେ। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ମମତା ଦିଲ୍ଲୀରେ ରହିବେ।
ଏହି ତିନି ଦିନ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ କେତେଜଣ ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିବେ। ବିଜେପି ସାଂସଦ ବରୁଣ ଗାନ୍ଧିଙ୍କ ସହ ମମତା ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ପରେ ଏହା ମମତାଙ୍କ ଦ୍ବିତୀୟ ଦିଲ୍ଲୀ ଗସ୍ତ। ସୀମା ସୁରକ୍ଷା ବାହିନୀର କେତେକ ପଦକ୍ଷେପ ସମେତ ରାଜ୍ୟର କେତେକ ସମସ୍ୟା ସମ୍ପର୍କରେ ମମତା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/mamata-8.jpg)
