କୋଲକାତା : ସ୍ବାଧୀନତା ଦିବସର ଦିନକ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏପରି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଓଡ଼ିଶାରେ ବିବାଦ ସୃଷ୍ଟିହେବାର ସମ୍ଭାବନା ରହିଛି । ସେ କହିଛନ୍ତି ଯେ ସୁଭାଷ ବୋଷ ପରି ମହାପୁରୁଷ ତାଙ୍କ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ।
ପଶ୍ଚିମବଙ୍ଗରେ କନ୍ୟାଶ୍ରୀ ଯୋଜନାର ୧୨ବର୍ଷ ପୂର୍ତ୍ତି ଅବସରରେ ସେ କହିଛନ୍ତି ଯେ ବଙ୍ଗ ନଥିଲେ ଦେଶ ସ୍ବାଧୀନତା ପାଇପାରିନଥାନ୍ତା । କାରଣ ବଙ୍ଗର ମାଟି ରବୀନ୍ଦ୍ରନାଥ ଠାକୁର, ନଜରୁଲ ଇସଲାମ, ସୁଭାଷଚନ୍ଦ୍ର ବୋଷଙ୍କ ପରି ମହାପୁରୁଷ ଏହି ମାଟିରେ ଜନ୍ମଗ୍ରହଣ କରିଥିଲେ ।
କନ୍ୟାଶ୍ରୀ ଯୋଜନାର ୧୨ବର୍ଷ ପୂର୍ତ୍ତି ଅବସରରେ ସେ କହିଛନ୍ତି ଯେ ବଙ୍ଗ ନଥିଲେ ଦେଶ ସ୍ବାଧୀନତା ପାଇପାରିନଥାନ୍ତା । କାରଣ ବଙ୍ଗର ମାଟି ରବୀନ୍ଦ୍ରନାଥ ଠାକୁର, ନଜରୁଲ ଇସଲାମ, ସୁଭାଷଚନ୍ଦ୍ର ବୋଷଙ୍କ ପରି ମହାପୁରୁଷ ଏହି ମାଟିରେ ଜନ୍ମଗ୍ରହଣ କରିଥିଲେ । ଜାତୀୟ ସଂଗୀତ, ଜାତୀୟ ଗୀତ ଓ ଜୟ ହିନ୍ଦ ସ୍ଲୋଗାନ ବଙ୍ଗାଳିମାନଙ୍କ ସୃଷ୍ଟି । ଆଣ୍ଡାମାନର କୁଖ୍ୟାତ ସେଲୁଲାର ଜେଲର ପ୍ରାୟ ୭୦ ପ୍ରତିଶତ ଅନ୍ତେବାସୀ ବଙ୍ଗାଳି ଥିଲେ । ୨ୟ ସ୍ଥାନରେ ପଞ୍ଜାବୀମାନେ ଥିଲେ ।
ସେ ଅଭିଯୋଗ କରିଥିଲେ ଯେ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ବଙ୍ଗଳାଭାଷୀ ଶ୍ରମିକମାନଙ୍କ ଉପରେ ଅତ୍ୟାଚାର କରାଯାଉଛି।
ନେତାଜୀ ସୁଭାଷ ବୋଷ ୨୩ ଜାନୁଆରି ୧୮୯୭ ମସିହାରେ ଓଡ଼ିଶାର କଟକରେ ଜନ୍ମଗ୍ରହଣ କରିଥିଲେ ଓ ଓଡ଼ିଶାରେ ମାଟ୍ରିକ ପର୍ଯ୍ୟନ୍ତ ପଢିଥିଲେ । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ନେତାଜୀଙ୍କ ଜନ୍ମଗ୍ରହଣ ବେଳକୁ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ହୋଇନଥିଲା ଓ କଟକ ସମେତ ଆଧୁନିକ ଓଡ଼ିଶାର କିଛି ଅଂଚଳ ବେଙ୍ଗଲ ପ୍ରେସିଡେନ୍ସିରେ ଥିଲା ।