କୋଲକାତା: ପନିପରିବା ଦର ବୃଦ୍ଧି ନେଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି | କୃଷିଜାତ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ପନିପରିବା ମୂଲ୍ୟ ୧୦ ଦିନରେ ହ୍ରାସ ହେବା ଉଚିତ। ମଙ୍ଗଳବାର ଦିନ ସେ ଏହି ପ୍ରସଙ୍ଗରେ ଏକ ବୈଠକ ମଧ୍ୟ କରିଥିଲେ ଯେଉଁଥିରେ ପନିପରିବା ମୂଲ୍ୟ ଉପରେ ଆଲୋଚନା କରାଯାଇଥିଲା। ଦିନକୁ ଦିନ ପନିପରିବା ଦର ବୃଦ୍ଧି ପାଉଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଚିନ୍ତା ଓ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, "ଏଭଳି ମୂଲ୍ୟ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ପାଖରେ ପରିବା ଅପହଞ୍ଚ ହୋଇଗଲାଣି ।
ସେ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଆଳୁ, ପିଆଜ, ରସୁଣ, ବାଇଗଣ, ଏବଂ କାକୁଡ଼ିର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଆଉ ଦର ବୃତ୍ତିରୁ ନିସ୍ତାର ପାଇବାକୁ ମମତା ବାନାର୍ଜୀ ଉପାୟ ମଧ୍ୟ ଦେଇଛନ୍ତି | ସେ କହିଛନ୍ତି ଯେ ଯେହେତୁ ପନିପରିବା ମୂଲ୍ୟ ବଢିଛି, ତେଣୁ କଉ ମାଛ ଖାଇବା ଉଚିତ | ସେହିପରି କଉ ମାଛ ଖାଇଲେ କ୍ୟାନ୍ସର ହୁଏ ଗୁଜବକୁ ମମତା ଖଣ୍ଡନ କରିଛନ୍ତି | ସେ କହିଛନ୍ତି ଯେ ଏଭଳି ଗୁଜବ ପଛରେ କୌଣସି ସତ୍ୟତା ନାହିଁ | ସେହିପରି ଯେଉଁମାନେ ଏହି ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି | ମମତା କହିଛନ୍ତି ଯେ ବିନା କୌଣସି ଭୟରେ କଉ ମାଛ ଖାଆନ୍ତୁ | ଏହି ମାଛ ଖାଇବା ଦ୍ୱାରା କ୍ୟାନ୍ସର ହୁଏ ନାହିଁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/16mamata.jpg)