ନୂଆଦିଲ୍ଲୀ : ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ୨୦୨୪ରେ ଭାରତୀୟ ଜନତା ପାର୍ଟିକୁ କେନ୍ଦ୍ରରୁ ହଟାଇବା ହିଁ ତାଙ୍କର ପ୍ରମୁଖ ଲକ୍ଷ୍ୟ ହେବ ଏବଂ ଏହି ନିର୍ବାଚନ ତାଙ୍କ ପାଇଁ ଶେଷ ଲଢ଼େଇ ହେବ। ୬୭ ବର୍ଷୀୟା ଟିଏମ୍ସି ନେତ୍ରୀ ମମତା ବାନାର୍ଜୀ ୨୦୨୧ ନିର୍ବାଚନରେ ରେକର୍ଡ ବିଜୟ ହାସଲ କରିଥିଲେ। ତେବେ ବିଜେପି ରାଜ୍ୟରେ ୭୭ ଆସନ ହାସଲ କରି ଚମକପ୍ରଦ ଉପସ୍ଥିତି ଜାହିର କରିଥିଲା। ମମତା ଏକ ରୢାଲିରେ ଉଦ୍ବୋଧନ ଦେଇ କହିଛନ୍ତି, ବିଜେପିକୁ ଯେ କୌଣସି ସ୍ଥିତିରେ ଲୋକସଭା ନିର୍ବାଚନରେ ହରାଇବାକୁ ହେବ। ତେବେ ମମତା ୨୦୨୪ ଲଢ଼େଇ ହିଁ ତାଙ୍କ ଶେଷ ରାଜନୈତିକ ଲଢ଼େଇ ବୋଲି କହିଥିବାରୁ ଏହାପରେ ସେ ସକ୍ରିୟ ରାଜନୀତିରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି।
୨୦୨୪ ନିର୍ବାଚନକୁ ଶେଷ ଲଢ଼େଇ କହିଲେ ମମତା
/sambad/media/post_attachments/wp-content/uploads/2021/12/Mamata-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)