କେନ୍ଦ୍ର ମେଡାଲ ଫେରାଇ ନେଲେ ମୁଁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ଦେବି: ମମତା

କୋଲକାତା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଧାରଣାରେ ବସିଥିବା ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏକ ବିଶ୍ବସ୍ତ ସୁତ୍ରରୁ ଜଣାପଡ଼ିଛି। ୫ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ମେଡାଲ ଫେରାଇ ନିଆଯିବ ଏବଂ ସେମାନଙ୍କୁ ବରିଷ୍ଠତା ତାଲିକାରୁ ବାଦ୍‌ ଦିଆଯିବ ବୋଲି ଜଣାପଡ଼ିଛି। ତେବେ ମମତା ଆଜି ଏନେଇ କହିଛନ୍ତି ‌ଯେ ଯଦି କେନ୍ଦ୍ର ସରକାର ଉକ୍ତ ପୁଲିସ ଅଧିକାରୀମାନଙ୍କ ମେଡାଲ ଫେରାଇ ନେବେ ତା’ହେଲେ ରାଜ୍ୟ ସରକାର ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ଦେବେ। ୫ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସର୍ବୋଚ୍ଚ ରାଜ୍ୟ ପୁରସ୍କାର ‘ବଙ୍ଗବିଭୂଷଣ’ ଦିଆଯିବ ବୋଲି ମମତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର