ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। କୁ୍ଆଡ଼େ ଗଲା ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି? କ୍ଷମତାକୁ ଆସିବା ପରେ ଭୁଲିଗଲେ ନାହିଁ ତ? ‘ଅଚ୍ଛେ ଦିନ’ ବହୁତ ଦେଖିଲୁ, ଏବେ ‘ସଚ୍ଚେ ଦିନ’ ଦେଖିବାକୁ ଚାହୁଁଛୁ ବୋଲି ମମତା କହିଛନ୍ତି। ପେଗାସସ୍ ମମଲାକୁ ନେଇ ମମତା କହିଲେ ମୋ ଫୋନ୍ ହ୍ୟାକ୍ କରାଯାଇଛି। ଅଭିଷେକ ଏବଂ ପ୍ରଶାନ୍ତ କିଶୋରଙ୍କ ଫୋନ୍ ମଧ୍ୟ ହ୍ୟାକ୍ ହୋଇଛି। ଏବେ ଆଉ କୌଣସି ସ୍ବାଧୀନତା ରହିଲା ନାହିଁ।
ଆମେ ଯେଉଁମାନଙ୍କୁ ତ୍ରିପୁରା ପଠାଇଲୁ ସେମାନଙ୍କୁ ବି ଗିରଫ କରାଗଲା। ପେଗାସସ୍ ହେଉଛି ଭୟାନକ ଭାଇରସ୍। ଯାହାଦ୍ବାରା ଆମର ସୁରକ୍ଷାକୁ ବିପଦ ମୁହଁକୁ ଠେଲି ଦିଆଯାଇଛି। ସଂସଦରେ ମଧ୍ୟ କୌଣସି କାର୍ଯ୍ୟ ହେଉନାହିଁ। ବିରୋଧୀମାନଙ୍କ କଣ୍ଠରୋଧ କରାଯାଉଛି। ବର୍ତ୍ତମାନ ସ୍ଥିତି ଏମରଜେନ୍ସିଠାରୁ ଅଧିକ ବିପଦଜ୍ଜନକ ବୋଲି କହିଛନ୍ତି ମମତା ବାନାର୍ଜୀ। ଏବେ ସମଗ୍ର ଦେଶରେ ‘ଖେଲା ହୋବେ’ ଗୁଞ୍ଜରିତ ହେବ। ଅଚ୍ଛେ ଦିନ୍ ଦେଖିବା ପାଇଁ ବହୁତ ଦିନ ଅପେକ୍ଷା କଲୁ ଏବେ ସଚ୍ଚା ଦିନ୍ ଦେଖିବାକୁ ଚାହୁଁଛୁ ବୋଲି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଛନ୍ତି ମମତା ବାନାର୍ଜୀ।