ଇଭିଏମ୍‌ ଭୋଟ୍‌ ଲୋକଙ୍କ ରାୟ ନୁହେଁ: ମମତା

କୋଲକାତା : ୨୦୧୯ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ଆଜି ପ୍ରଶ୍ନ ଉଠାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପି ଅର୍ଥ ବଳର ବ୍ୟବହାର କରିଛି ଏବଂ ନିର୍ବାଚନ ଜିତିବାପାଇଁ ଇଭିଏମ୍‌ ଜାଲିଆତି କରିଛି। ଇଭିଏମ ଭୋଟ ଲୋକଙ୍କ ରାୟ ନୁହେଁ ବୋଲି ମଧ୍ୟ ମମତା କହିଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ଟିଏମ୍‌ସିର ପ୍ରଦର୍ଶନ ୨୦୧୪ ନିର୍ବାଚନ ତୁଳନା‌ରେ ସେତେଟା ସନ୍ତୋଷଜନକ ନଥିବାରୁ ମମତା ଆଜି ଏନେଇ ଏକ ସମୀକ୍ଷା ବୈଠକ କରିଥିଲେ।

ସମ୍ବନ୍ଧିତ ଖବର