କୋଲ୍କାତା: ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ୧୦ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସ୍ଫର୍ କରିବାକୁ ବୁଧବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ଟୁଇଟ୍ କରି ବାନାର୍ଜୀ ଲେଖିଛନ୍ତି, ମହାମାରୀ ଯୋଗୁଁ ଲୋକେ ଆର୍ଥିକ କଷ୍ଟ ଓ ଅକଳ୍ପନୀୟ ବୈଷମ୍ୟର ସମ୍ମୁଖୀନ ହେଉଛନ୍ତି। ଅଣସଙ୍ଗଠିତ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ସମେତ ପ୍ରବାସୀ ଶ୍ରମଜୀବୀଙ୍କ ଆକାଉଣ୍ଟ୍କୁ ଏକକାଳୀନ ସହାୟତା ରାଶି ଭାବେ ଟ. ୧୦ ହଜାର ଲେଖାଏଁ ଟ୍ରାନ୍ସଫର୍ କରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି। ଏଥିପାଇଁ ‘ପିଏମ୍-କେୟାର୍ସ’ର ଗୋଟିଏ ଅଂଶର ଉପଯୋଗ କରାଯାଇପାରେ।
Image Courtesy of Zee Newsସାମୁଦ୍ରିକ ବାତ୍ୟା ‘ଅମ୍ଫାନ୍’ ଯୋଗୁଁ ବାସ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍କୁ ଟ. ୨୦ ହଜାର ଲେଖାଏଁ ଟ୍ରାନ୍ସ୍ଫର୍ କରାଯାଉ ବୋଲି ତାଙ୍କ ସରକାର ଦାବି କରିବାର ଗୋଟିଏ ଦିନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏଭଳି ଟୁଇଟ୍ କରିଛନ୍ତି।
ସାମୁଦ୍ରିକ ବାତ୍ୟା ଅମ୍ଫାନ୍ ଦୁର୍ଗତ ଜନତାଙ୍କ ଥଇଥାନ ନିମନ୍ତେ ପଶ୍ଚିମବଙ୍ଗ ସରକାର ୧, ୪୪୪ କୋଟି ଟଙ୍କା ରିଲିଜ୍ କରିଥିବା କଥା ସେ ମଙ୍ଗଳବାର ଦିନ କହିଥିଲେ। ଫଲସ କ୍ଷତି ବାବଦକୁ ୨୩. ୩ ଲକ୍ଷ ଚାଷୀଙ୍କୁ ସହାୟତା ଦେବା ବ୍ୟତୀରେକେ ବାତ୍ୟା ପ୍ରଭାବିତ ୫ ଲକ୍ଷ ଲୋକଙ୍କ ଆକାଉଣ୍ଟ୍କୁ ଘର ମରାମତି ବାବଦ ଅର୍ଥ ଟ୍ରାନ୍ସଫର୍ କରାଯାଇ ସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/mb.jpg)