କୋଲକାତା: ଗଣତି ଶେଷ ପର୍ଯ୍ୟାୟ ଆଡକୁ ଧୀରେ ଧୀରେ ଗତି କରୁଥିବା ବେଳେ ଲୋକସଭା ନିର୍ବାଚନର ଫଳାଫଳ ପ୍ରାୟ ସ୍ପଷ୍ଟ ଦେଖାଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରୁଥିବାବେଳେ ଇଣ୍ଡିଆ ମେଣ୍ଟ ଆଶ୍ଚର୍ଯ୍ୟଜନକଭାବେ ଭଲ ପ୍ରଦର୍ଶନ କରୁଛି। ଏଭଳି ପରିସ୍ଥିତିରେ ପଶ୍ଚିମବଙ୍ଗରେ ଖେଳ କରିଛନ୍ତି ଦିଦି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ଗଡ଼ରେ ବିଜେପି ଅଧିକ ଆସନ ହାତେଇବ ବୋଲି ଆଶା ରଖିଥିବା ବେଳେ ଏବେ ଆଶାଠାରୁ ଖୁବ କମ ଆସନରେ ଆଗରେ ରହିଛି ବିଜେପି।

Advertisment

୨୦୧୯ରେ ବିଜେପି ୧୮ଟି ଆସନ ଜିତିଥିବା ବେଳେ ଏଥର ବିଜେପି କେବଳ ୧୧ଟି ଆସନ ମଧ୍ୟରେ ସୀମିତ ରହିବ ବୋଲି କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୧୧ଟି ଆସନରେ ଆଗରେ ରହିଛି ବିଜେପି। ଅନ୍ୟପକ୍ଷରେ ୨୦୧୯ରେ ୨୨ଟି ଆସନ ଜିତିଥିବା ତୃଣମୂଳ କଂଗ୍ରେସ ୨୦୨୪ରେ ୩୦ଟି ଆସନରେ ଆଗେଇଲାଣି। ଏହା ବ୍ୟତୀତ ଗୋଟାଏ ଆସନରେ କଂଗ୍ରେସ ଆଗରେ ରହିଥିବା ଜଣାପଡ଼ିଛି। ଏହି ଫଳାଫଳକୁ ଦେଖି ପଶ୍ଚିମବଙ୍ଗରେ ଏକଜିଟ୍ ପୋଲ ଭୁଲ ପ୍ରମାଣିତ ହେଉଥିବା ଦେଖିବାକୁ ମିଳିଛି।