ଦୁର୍ଗା ପୂଜାରେ ଟିକସ ଆଦାୟକୁ ନେଇ ମମତାଙ୍କ ସମାଲୋଚନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି | ଏଥର ଦୁର୍ଗା ପୂଜା କମିଟିକୁ ଆୟକର ବିଭାଗର ନୋଟିସ ପଠାଯିବା ନେଇ ମମତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି | ମମତା ରାଜ୍ୟରେ ଦୁର୍ଗା ପୂଜା ଉତ୍ସବ ଆୟୋଜନ କରୁଥିବା ସବୁଠାରୁ ବଡ କମିଟି ଦୁର୍ଗା ପୂଜା ସମିତି ମଞ୍ଚକୁ ଟିକସ ନୋଟିସ ଦିଆଯିବା ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି |

photo–ndtv

ସେ କହିଛନ୍ତି ଯେ ପୂଜା କମିଟିକୁ ଆୟକର ସୀମା ମଧ୍ୟରେ ରଖିବା ଉଚିତ ନୁହେଁ | ନିର୍ବାଚନ ସମୟରେ ହିନ୍ଦୁ ଧର୍ମକୁ ନେଇ ରାଜନୀତି କରୁଥିବା ବିଜେପି ଉପରେ ଆରୋପ ଲଗାଇ ନିର୍ବାଚନ ପରେ ଦୁର୍ଗା ପୂଜା ଆୟୋଜକଙ୍କ ପାଖରୁ କର ନେବାକୁ ଚାଁହୁଛନ୍ତି ବୋଲି ମମତା କହିଛନ୍ତି | ମମତା କହିଛନ୍ତି ଯେ ବିଜେପି ହିନ୍ଦୁ ଧର୍ମର କଥା କହୁଛନ୍ତି |

କିନ୍ତୁ ନିର୍ବାଚନ ପରେ ପୂଜା କମିଟି ପାଖରୁ ଆୟକର ବିଭାଗ ଟିକସ ଆଦାୟ କରିବାକୁ ଚାହୁଁଛନ୍ତି | ମମତା ପ୍ରଶ୍ନ କରିଛନ୍ତି ଯେ ଦୁର୍ଗା ପୂଜା ଏକ ସାମାଜିକ ସମାରୋହ ହୋଇଥିବାବେଳେ ପୂଜା କମିଟିମାନେ ସାଧାରଣ ଲୋକଙ୍କ ପାଖରୁ ଦାନ ଅର୍ଥ ସଂଗ୍ରହ କରି ପୂଜା ଆୟୋଜନ କରିଥାନ୍ତି | ଏଥିରେ ଆଇଟି ରିଟର୍ଣ୍ଣ ଦାଖଲ କାହିଁକି କରିବାକୁ ପଡିବ ବୋଲି ମମତା ଯୁକ୍ତି ବାଢ଼ିଛନ୍ତି |

ସମ୍ବନ୍ଧିତ ଖବର