‘୬ ମାସ ଅପେକ୍ଷା କର, ଦିଲ୍ଲୀରେ ସରକାର ବଦଳିବାକୁ ଯାଉଛି’ ଏଭଳି କାହିଁକି କହିଲେ ମମତା ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଦଙ୍ଗା ସୃଷ୍ଟି କରି ପଶ୍ଚିମବଙ୍ଗରେ ମଣିପୁର ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ପଶ୍ଚିମ ମେଦିନୀପୁରରେ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଛନ୍ତି ଯେ ମୋତେ ଅନେକ ଉପାୟରେ ଧମକ ଦିଆଯାଉଛି । ଆପଣମାନେ କିଛି ମାସ ଅପେକ୍ଷା କରନ୍ତୁ, ଦିଲ୍ଲୀ ବଦଳିଯିବ | ଏଥର ପ୍ରଧାନମନ୍ତ୍ରୀ ବଦଳିଯିବେ | ମମତା ବାନାର୍ଜୀ ଆହୁରି କହିଛନ୍ତି ଯେ ବିଜେପି ପଶ୍ଚିମବଙ୍ଗରେ ମଧ୍ୟ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରୁଛି ଏବଂ ଏଥିପାଇଁ ଟଙ୍କା ବ୍ୟବହାର କରାଯାଉଛି । ମମତା, ଶୁକ୍ରବାର ମନ୍ତ୍ରୀ ବିରବାହା ହାଁସଦାଙ୍କ ଗାଡି ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଏହା ପଛରେ କୁର୍ମୀ ସମ୍ପ୍ରଦାୟର ସଦସ୍ୟ ନୁହଁନ୍ତି ବରଂ ବିଜେପି କର୍ମୀମାନେ ଥିଲେ ବୋଲି କହିଛନ୍ତି।

ମମତା କହିଛନ୍ତି ଯେ ଗତକାଲି କୁର୍ମୀ ସମ୍ପ୍ରଦାୟ ପକ୍ଷରୁ ମନ୍ତ୍ରୀ ବିରବାହା ହାଁସଦାଙ୍କ କାର ଉପରେ ଆକ୍ରମଣ ହୋଇଥିବାର କୁହାଯାଉଥିଲେ ବି ମୋତେ ଲାଗୁଛି ଯେ କୁର୍ମି ସମ୍ପ୍ରଦାୟ ନାମରେ ବିଜେପି ଏହା କରିଛି | କୁର୍ମି ସମ୍ପ୍ରଦାୟ ଏହା କେବେ କରେ ନାହିଁ | ପଶ୍ଚିମବଙ୍ଗର ବିଭିନ୍ନ ଜାତିସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ସୃଷ୍ଟି କରିବାକୁ ବିଜେପି ଚେଷ୍ଟା କରୁଛି। ସେମାନେ ଏପରି ପରିସ୍ଥିତି ସୃଷ୍ଟି କରିବାକୁ ଚାହାଁନ୍ତି ଯାହାଦ୍ୱାରା ଆଦିବାସୀମାନେ କୁର୍ମିମାନଙ୍କ ସହ ଲଢ଼ିବେ ଓ ସେନା ଡକାଯାଇ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇପାରିବ।

ସମ୍ବନ୍ଧିତ ଖବର