ଟ୍ୱିଟରକୁ ନିୟନ୍ତ୍ରଣ କରିପାରୁନଥିବାରୁ ପ୍ରଭାବହୀନ କରିବାକୁ ଚେଷ୍ଟା କରୁଛି କେନ୍ଦ୍ର: ମମତା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସ୍ପଷ୍ଟ କରିଛନ୍ତି ଯେ ସରକାର ସମ୍ପୂର୍ଣ୍ଣ ନିରପେକ୍ଷ। ସେ କହିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ଏବଂ ଦେଶର ରାଷ୍ଟ୍ରପତିଙ୍କ ସମେତ ଅଧା ସରକାର ଟ୍ୱିଟରରେ ଅଛନ୍ତି, ତେବେ ଏହା ସ୍ପଷ୍ଟ ଯେ ଆମେ ନିରପେକ୍ଷ। କେନ୍ଦ୍ର ମନ୍ତ୍ରୀ କହିଛନ୍ତି- ଆମେ କୌଣସି ପ୍ଲାଟଫର୍ମକୁ ନିଷେଧ କରିବା ସପକ୍ଷରେ ନାହୁଁ, କିନ୍ତୁ ଆପଣଙ୍କୁ ଆଇନ ପାଳନ କରିବାକୁ ପଡିବ।

ରବିଶଙ୍କର କହିଛନ୍ତି, “ଆମେ ଚାହୁଁ ନାହୁଁ ଯେ ସମସ୍ତ ମେସେଜ ବର୍ଣ୍ଣନା(ଡିସିକ୍ରିପ୍ଟେଡ) କରାଯାଉ। କିନ୍ତୁ ଯଦି କୌଣସି ପ୍ରସଙ୍ଗ ଭାଇରାଲ୍ ହୁଏ, ଆଉ ଯାହା ଦ୍ୱାରା ଦଙ୍ଗା, ହତ୍ୟା ହୁଏ କିମ୍ବା ବିନା ପୋଷାକରେ ମହିଳାଙ୍କୁ ଦେଖାଇବା ଉଚିତ ନୁହେଁ | ଅନ୍ୟପଟେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ କଡ଼ା ଟକ୍କର ଦେଇ କହିଛନ୍ତି ଯେ କେନ୍ଦ୍ରୀୟ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରକୁ ପ୍ରଭାବିତ କରିବାରେ ବିଫଳ ହେବା ପରେ ଏବେ ଏହାକୁ ପ୍ରଭାବହୀନ କରିବାକୁ ଉଦ୍ୟମ କରୁଛନ୍ତି ।

ଏହାକୁ ତାଙ୍କ ସରକାର ସହ ତୁଳନା କରି ସେ କହିଛନ୍ତି ଯେ କେନ୍ଦ୍ର ତାଙ୍କ ସରକାରକୁ ମଧ୍ୟ ସମାନ ବ୍ୟବହାର କରୁଛି। ମମତା ବାନାର୍ଜୀ କହିଛନ୍ତି ମୁଁ ଏହାକୁ ନିନ୍ଦା କରୁଛି। ସେମାନେ ଟ୍ୱିଟରକୁ ନିୟନ୍ତ୍ରଣ କରିପାରିବେ ନାହିଁ ତେଣୁ ବର୍ତ୍ତମାନ ସେମାନେ ଏହାକୁ ପ୍ରଭାବହୀନ କରିବାକୁ ଚେଷ୍ଟା କରୁଛନ୍ତି |

ସମ୍ବନ୍ଧିତ ଖବର