କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଂଲାଦେଶ ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି । ବୋଲି ମମତା ଅଭିଯୋଗ କରିଛନ୍ତି। ରାଜ୍ୟରେ ଭୋଟ୍ ଗ୍ରହଣ ଚାଲିଥିବାବେଳେ ମୋଦୀ ବାଂଲାଦେଶରେ ଉଦ୍ବୋଧନ ଦେଇଛନ୍ତି ଏବଂ କିଛି ନିର୍ଦ୍ଦିଷ୍ଟ ବର୍ଗର ଭୋଟର୍ଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିଛନ୍ତି। ମୋଦୀଙ୍କର ଏଭଳି କାର୍ଯ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛି ବୋଲି ମମତା କହିଛନ୍ତି।
ଅନ୍ୟ ପକ୍ଷରେ ବିଜେପି ଏବଂ ଟିଏମ୍ସି ମଧ୍ୟରେ ଅଡିଓ ଯୁଦ୍ଧ ଆଜି ଚର୍ଚ୍ଚାରେ ରହିଥିଲା। ବିଜେପି ନେତା ପ୍ରଳୟ ପାଲ୍ ଦାବି କରିଛନ୍ତି ଯେ ମମତା ନନ୍ଦିଗ୍ରାମରେ ତାଙ୍କ ପୂର୍ବ ସହଯୋଗୀ ସୁଭେନ୍ଦୁ ଅଧିକାରୀଙ୍କୁ ହରାଇବା ପାଇଁ ତାଙ୍କ ସହଯୋଗ ଲୋଡ଼ିଥିଲେ। ଏ ବାବଦରେ ସେ ଏକ ଅଡିଓ ରେକର୍ଡିଂ ଜାରି କରିଥିବା ବେଳେ ଟିଏମ୍ସି ଏହାକୁ ଖଣ୍ଡନ କରି ଅନ୍ୟ ଏକ ଅଡିଓ କ୍ଲିପ୍ ଜାରି କରିଛି। ଏଥିରେ ଟିଏମ୍ସି ନେତା ମୁକୁଲ ରାୟ ନିର୍ବାଚନ କମିସନଙ୍କୁ କିଭଳି ପ୍ରଭାବିତ କରିହେବ ସେ ବାବଦରେ ଦଳର ଅନ୍ୟ ନେତାଙ୍କ ସହ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/mamata-1_570_850.jpg)