କୋଲକାତା: ୨୦୨୧ ବିଧାନସଭା ନିର୍ବାଚନରେ ବିପୁଳ ଭୋଟରେ ବିଜୟ ହାସଲ କରିବା ପରେ ଆଜି ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ରାଜଭବନ ସୂତ୍ରରୁ ପ୍ରକାଶ ଯେ, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ସୋମବାର ସନ୍ଧ୍ୟା ୭ଟାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କୁ ଭେଟିବେ ଏବଂ ସରକାର ଗଠନ ପାଇଁ ଦାବି କରିବେ।
ଗତକାଲି ଶାସକ ଦଳ ଟିଏମସି ୨୯୨ଟି ଆସନ ମଧ୍ୟରୁ ୨୧୨ଟି ଆସନ ଜିତି ବିଜେପିର ପଶ୍ଚିମବଙ୍ଗ ହାତେଇବାର ସ୍ବପ୍ନକୁ ମାଟିରେ ମିଶାଇ ଦେଇଥିଲା। ବିପୁଳ ପରିମାଣରେ ଭୋଟ ପାଇ ଟିଏମସି ପୁଣି ଥରେ ବିଜେପିକୁ ମାତ ଦେଇଥିବା ବେଳେ ଏବେ ଟିଏମସି ସୁପ୍ରିମୋ କ୍ଷମତା ହାତକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
Hindu Tamilତେବେ ପଶ୍ଚିମବଂଗରେ ଟିଏମ୍ସିର ହ୍ୟାଟ୍ରିକ୍ ବିଜୟ ସହ ଦଳ ସୁପ୍ରିମୋ ମମତା ବାନାର୍ଜୀ ରାଜ୍ୟରେ ବିଜେପିକୁ ଅସଲ ଖେଳ ଦେଖାଇଛନ୍ତି। ଦିଦିଙ୍କ ଦମ୍ ଆଗରେ ବିଜେପିର ଯୋଜନା ଫେଲ ମାରିଛି। ଏଥିରୁ ପ୍ରମାଣିତ ହୋଇଛି ଯେ ପଶ୍ଚିମବଂଗରେ ଯିଏ ଥରେ କ୍ଷମତାକୁ ଆସେ ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଛାଇ ଯାଏ। ୧୯୫୦ରୁ ଲଗାତାର ୧୭ ବର୍ଷ ପର୍ଯ୍ୟନ୍ତ କ୍ଷମତା କଂଗ୍ରେସ ହାତରେ ରହିଥିଲା। ୧୯୭୭ରେ ବାମଦଳଙ୍କ ହାତକୁ କ୍ଷମତା ଆସିବା ପରେ ଲଗାତାର ୭ଟି ବିଧାନସଭା ନିର୍ବାଚନରେ ବାମଦଳଙ୍କର ହିଁ ବିଜୟ ହେଲା। ବାମଦଳମାନେ ସିପିଏମ୍ ନେତୃତ୍ବରେ ଦୀର୍ଘ ୩୪ ବର୍ଷ ଧରି ପଶ୍ଚିମବଂଗରେ ଶାସନ କଲେ। ୨୦୧୧ରେ ବାମପନ୍ଥୀଙ୍କ ଶାସନର ପରିସମାପ୍ତି ସହ ମମତାଙ୍କ ଟିଏମ୍ସି କ୍ଷମତା ଦଖଲ କଲା ଏବଂ ଚଳିତ ନିର୍ବାଚନରେ ଏହା ପୁଣି ଥରେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ସକ୍ଷମ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/ସ.jpg)