କେନ୍ଦ୍ର କଥା ଶୁଣୁନାହାନ୍ତି ମମତା, ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ମନା କଲେ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି କୌଣସି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ନାହାନ୍ତି । କିଛି ଦିନ ତଳେ ଅନୁଷ୍ଠିତ ନିତି ଆୟୋଗ ବୈଠକକୁ ବର୍ଜନ କରିଥିବା ମମତା କେନ୍ଦ୍ର ସରକାର ଡକାଇଥିବା ଆଉ ଏକ ବୈଠକରେ ଯୋଗ ଦେବାକୁ ମନା କରିଦେଇଛନ୍ତି । ଆସନ୍ତା ୧୯ ତାରିଖରେ କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି ।

photo–ndtv

ଏହି ବୈଠକକୁ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କୁ ଡକାଯାଇଛି । ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ ଓ ଗୋଟିଏ ଦେଶ-ଗୋଟିଏ ନିର୍ବାଚନ ସପକ୍ଷରେ ନିଜର ମତ ରଖିବେ । କିନ୍ତୁ ଏହି ବୈଠକରେ ଯୋଗ ଦେବାକୁ ମନା କରିଦେଇଛନ୍ତି ମମତା । ଏକ ପତ୍ର ଲେଖି ସେ କହିଛନ୍ତି ଯେ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ତରବରିଆ ଭାବେ ବୈଠକ ଡାକିବା ଅପେକ୍ଷା ଏକ ଶ୍ୱେତପତ୍ର ଜାରି କରାଯାଉ । ବିଭିନ୍ନ ସମ୍ବିଧାନ ବିଶେଷଜ୍ଞ ଓ ନିର୍ବାଚନ ବିଶେଷଜ୍ଞଙ୍କ ମତାମତ ନିଆଯାଉ ।

ସମ୍ବନ୍ଧିତ ଖବର