କୋଲ୍କାତା: ବିଧାନସଭା ନିର୍ବାଚନରେ ହାରିବ ବୋଲି ଜାଣି ସାରିଥିବାରୁ ‘ତୃଣମୂଳ କଂଗ୍ରେସ’ ବିଜେପି ବିରୋଧରେ ବୁଥ୍ ଜବରଦଖଲ ଅଭିଯୋଗ ଆଣୁଛି ବୋଲି ପଶ୍ଚିମବଙ୍ଗ ବିଜେପି ୟୁନିଟ୍ର ଦିଲୀପ ଘୋଷ କହିଛନ୍ତି।
ଘୋଷ ଆହୁରି ମଧ୍ୟ କହିଛନ୍ତି, ହାରିବ ବୋଲି ଜାଣିଥିବାରୁ ‘ତୃଣମୂଳ କଂଗ୍ରେସ’ ଏସବୁ କଥା କହୁଛି। ଏଭଳି ଅଭିଯୋଗ ନେଇ ‘ତୃଣମୂଳ କଂଗ୍ରେସ’ ନିର୍ବାଚନ କମିସନ୍ଙ୍କ ପାଖକୁ ଯିବା ଉଚିତ।
ସେପଟେ, ‘ତୃଣମୂଳ କଂଗ୍ରେସ’ ନେତାମାନଙ୍କର ଏକ ପ୍ରତିନିଧି ଦଳ ମଧ୍ୟ ବିଭିନ୍ନ ଅଭିଯୋଗ ନେଇ କୋଲ୍କାତାସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି।
ସୂଚନାଯୋଗ୍ୟ, ଭାରତର ନିର୍ବାଚନ କମିସନ୍ ତଥ୍ୟ ଅନୁସାରେ, ଅପରାହ୍ଣ ୧ଟା ସୁଦ୍ଧା ଆସାମରେ ୩୭. ୦୬% ଏବଂ ପଶ୍ଚିମବଙ୍ଗରେ ୪୦.୭୩% ମତଦାନ ହୋଇଛି।
ଭୋଟ୍ ଗ୍ରହଣ ସମୟରେ କେତେକ ନିର୍ବାଚନ ମଣ୍ଡଳୀର ବୁଥ୍ଗୁଡ଼ିକରେ ସାମାନ୍ୟ ହିଂସାକାଣ୍ଡ ହୋଇଥିବା ରାଜନୈତିକ ଦଳମାନେ ଅଭିଯୋଗ କରୁଛନ୍ତି। ବାଙ୍କୁଡ଼ାର ସାଲତୋରାରେ ବିଜେପି କର୍ମୀମାନେ ଭୋଟର୍ମାନଙ୍କୁ ମାରଧର କରିଥିବା କଥା ତୃଣମୂଳ କଂଗ୍ରେସ କହିଛି।
ଅନ୍ୟ ପକ୍ଷରେ, ନନ୍ଦୀଗ୍ରାମର ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ତଥା ବିଜେପି ନେତା ପ୍ରଳୟ ପାଲ୍ ଦାବି କରିଛନ୍ତି ଯେ, ନନ୍ଦୀଗ୍ରାମରେ ତୃଣମୂଳ କଂଗ୍ରେସକୁ ସହଯୋଗ କରିବା ଲାଗି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ବ୍ୟକ୍ତିଗତ ଭାବେ ଡାକିଥିଲେ।