‘ତୃଣମୂଳ କଂଗ୍ରେସ’ ନେତାଙ୍କୁ ‘ବିଜେପି’ର ସତର୍କବାଣୀ: ଆପଣମାନଙ୍କୁ ମଧ୍ୟ ମମତା ପରିତ୍ୟାଗ କରିବେ

ନୂଆଦିଲ୍ଲୀ: ଅସୁବିଧାରେ ସମ୍ମୁଖୀନ ହେଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପଣମାନଙ୍କୁ ମଧ୍ୟ ପରିତ୍ୟାଗ କରିବେ ବୋଲି ଆଜି ‘ବିଜେପି’ ‘ତୃଣମୂଳ କଂଗ୍ରେସ’ ନେତାମାନଙ୍କୁ ସତର୍କ କରାଇ ଦେଇଛି।

୨୦୨୦ ଗୋରୁ ଚୋରା ଚାଲାଣ ମାମଲାରେ ‘ତୃଣମୂଳ କଂଗ୍ରେସ’ ନେତା ଅନୁବ୍ରତ ମଣ୍ଡଳଙ୍କୁ ‘ସିବିଆଇ’ ଗିରଫ କରିବାର ଦିନକ ପରେ ‘ବିଜେପି’ ‘ଆଇଟି ସେଲ୍‌’ର ମୁଖ୍ୟ ଅମିତ ମାଲଭୀୟ ଉପରୋକ୍ତ ସତର୍କବାଣୀ ଶୁଣାଇଛନ୍ତି।

‘ବିଜେପି’ ଅଭିଯୋଗ କରିଛି ଯେ, ଜରୁରୀ ଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାର୍ଥ ଚାଟାର୍ଜୀ ଓ ଅନୁବ୍ରତ ମଣ୍ଡଳଙ୍କ ଫୋନ୍‌ କଲ୍‌ ଗ୍ରହଣ କଲେନାହିଁ। କାରଣ ଏହା ତାଙ୍କ (ମମତା) ପ୍ରତି ଅସୁବିଧା ସୃଷ୍ଟି କରିପାରେ।

Image Courtesy of Zee News

ଟୁଇଟ୍‌ କରି ‘ବିଜେପି’ ‘ଆଇଟି ସେଲ୍‌’ର ମୁଖ୍ୟ ଅମିତ ମାଲଭୀୟ ଲେଖିଛନ୍ତି: ନିହାତି ଜରୁରୀ ଥିବା ବେଳେ ମମତା ବାନାର୍ଜୀ ପାର୍ଥ ଏବଂ ଅନୁବ୍ରତଙ୍କ ଫୋନ୍‌ କଲ୍‌ ଗ୍ରହଣ କଲେନାହିଁ। ନିଜ ପ୍ରତି ଅସୁବିଧା ହେବ ବିଚାରି ସେ ସେମାନଙ୍କ ପରିତ୍ୟାଗ କଲେ। ନିଜେ ଲୁଟ୍‌ତରାଜ, ନରହତ୍ୟା ଏବଂ ଦୁଷ୍କର୍ମ କରିବା ଲାଗି ମମତାଙ୍କୁ ଗୁପ୍ତରେ ସାହାଯ୍ୟ କରୁଥିବା ‘ତୃଣମୂଳ କଂଗ୍ରେସ’ର ଅନ୍ୟ ମନ୍ତ୍ରୀ, କର୍ମୀ ଏବଂ ଅମଲାମାନଙ୍କ ପାଇଁ ବାର୍ତ୍ତା- ଆପଣମାନଙ୍କୁ ମଧ୍ୟ ପରିତ୍ୟାଗ କରାଯିବ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୨୩ରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ହୋଇ ପ୍ରେସିଡେନ୍‌ସି ଜେଲ୍‌ରେ ଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ୨ ନମ୍ବର ସେଲ୍‌ ବାହାରେ ବୁଲାଚଲା କରୁଥିବା ବେଳେ ଅନୁବ୍ରତ ମଣ୍ଡଳ ଗିରଫ ହୋଇଥିବା ସମ୍ବାଦ ପାଇଥିଲେ। ଜେଲ୍‌ର ଜଣେ ପ୍ରହରୀ ତାଙ୍କୁ ଏ ସଂକ୍ରାନ୍ତରେ ଖବର ଦେଇଥିଲେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏ କଥା ଶୁଣି ପାର୍ଥ ଜେଲ୍‌ ପ୍ରହରୀଙ୍କୁ ପଚାରି ଥିଲେ, ଅନୁବ୍ରତ କ’ଣ ଏଇ ଜେଲ୍‌କୁ ଆସିବ?

ସମ୍ବନ୍ଧିତ ଖବର