ଦିନକରେ ବଦଳି ଗଲା ମମତାଙ୍କ ମନ, ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେନାହିଁ

କୋଲକତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେତେବେଳେ କଣ କହୁଛନ୍ତି ସେଥିରେ କିଛି ସ୍ଥିରତା ରହୁନି । ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି ଗତ କାଲି ମମତା କହିଥିବେଳେ ଆଜି ନିଜର ମନ ବଦଳାଇଛନ୍ତି । ଏହି ସମାରୋହରେ ସେ ଯୋଗ ଦେବେନାହିଁ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବର ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ସେ ନିଜର କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି । ଶପଥ ସମାରୋହକୁ ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସାରେ ନିହତ ବିଜେପି କର୍ମୀଙ୍କ ପରିବାର ଲୋକଙ୍କ ସାମିଲ କରାଯିବାକୁ ସେ ବିରୋଧ କରିଛନ୍ତି ।

ପଶ୍ଚିମବଙ୍ଗରେ ବିଜେପିର ୫୪ ଜଣ କର୍ମୀଙ୍କ ହତ୍ୟା ହୋଇଥିବା ବିଜେପି କହୁଥିବାରୁ ତାହା ସତ୍ୟ ନୁହେଁ ବୋଲି ମମତା କହିଛନ୍ତି । ସେ କହିଛନ୍ତି ଯେ ବିଜେପିର ଏହି ଅଭିଯୋଗରେ ମର୍ମାହତ ହୋଇ ସେ ନିଜର ଦିଲ୍ଲୀ ଗସ୍ତକୁ ବାତିଲ କରିଦେଇଛନ୍ତି । ଗତକାଲି ଟିଏମସିର ୨ଜଣ ବିଧାୟକ ଓ ୫୦ରୁ ଅଧିକ କାଉନସିଲର ବିଜେପିରେ ଯୋଗ ଦେଇଥିଲେ । ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଓ ଟିଏମସି ୨୩ଟି ଆସନ ଜିତିଥିଲା ।

ସମ୍ବନ୍ଧିତ ଖବର