ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ ମମତାଙ୍କ ଅଭିଯୋଗ, ମତେ କହିବାକୁ ସୁଯୋଗ ଦିଆଗଲା ନାହିଁ

କୋଲକାତା: ମହାମାରୀ କରୋନା ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ୫୪ ଜିଲ୍ଲାପାଳଙ୍କ ସହ ବୈଠକ କରିଥିଲେ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ବୈଠକ ପରେ ମମତା ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ମମତା ଅଭିଯୋଗ କରିଛନ୍ତି ଯେ ଆଜିର ବୈଠକରେ ‌ବିଜେପିର କିଛି ମୁଖ୍ୟମନ୍ତ୍ରୀ ନିଜର ମତାମତ ଉପସ୍ଥାପନ କରିଥିଲେ।

ବାକି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଚୁପ୍‌ଚାପ୍‌ ବସି ରହିଥିଲେ। ଏପରିକି ତାଙ୍କୁ ମଧ୍ୟ କିଛି କହିବାକୁ ସୁଯୋଗ ଦିଆଗଲା ନାହିଁ ବୋଲି ମମତା ଅଭିଯୋଗ କରିଛନ୍ତି। ଔଷଧ ଏବଂ ଟିକାକରଣ ନେଇ ସେ ନିଜେ ଦାବି ଉପସ୍ଥାପନ କରିବେ ବୋଲି ନିଷ୍ପତ୍ତି ନେଇ ଜିଲ୍ଲାପାଳମାନଙ୍କୁ ବୈଠକରେ ଅଂଶଗ୍ରହଣ କରିବାକୁ ଦେଇ ନଥିଲେ। ହେଲେ ତାଙ୍କୁ କହିବାକୁ ସୁଯୋଗ ଦିଆଗଲା ନାହିଁ। ଏହା ଆମ ପ୍ରତି ଘୋର ଅପମାନ। ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ମୁଖ୍ୟମନ୍ତ୍ରୀମାନେ କାଠପିତୁଳା ପରି ବସି ରହିଲେ ଏବଂ କାହାରିକୁ କହିବାକୁ ସୁଯୋଗ ଦିଆନଯିବା ପରିତାପର ବିଷୟ ବୋଲି ସେ କହିଛନ୍ତି।।

ସମ୍ବନ୍ଧିତ ଖବର