ମେଡିକାଲ ଷ୍ଟାଫ୍‌ ଘରକୁ ନଯିବାକୁ ମମତା ସରକାରଙ୍କ ବିଜ୍ଞପ୍ତି

କୋଲକାତା: କୋଭିଡ-୧୯ ପଜିଟିଭ୍‌ ମାମଲା ଥିବା ରୋଗୀଙ୍କ ସେବା କରୁଥିଲେ ସଂପୃକ୍ତ ମେଡିକାଲ ଷ୍ଟାଫ୍‌ ନିଜ ମୁଖ୍ୟାଳୟ ପରିସରରେ ରହିଯାଆନ୍ତୁ, ଆଉ ଘରୁ ଯିବାଆସିବା ନକରନ୍ତୁ। ଏମିତି ବ୍ୟବସ୍ଥା କରି ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଯଦି ଜରୁରି ପଡେ, ତେବେ ସେଥିପାଇଁ ମୁଖ୍ୟାଳୟରୁ ଅନୁମତି ନେବାକୁ ହେବ ବୋଲି ତହିଁରେ ଦର୍ଶାଯାଇଛି। ଏହା ରାଜ୍ୟର ଏକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି। ଏହା ଦ୍ୱାରା ଘରର ସଦସ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ରହିବ ନାହିଁ। ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସପ୍ତାହର ସାତ ଦିନିଆ ସିଫ୍ଟ ବ୍ୟବସ୍ଥା ଲାଗୁକରିଥିଲେ। ନୂଆ ନିୟମର ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ବିଭାଗର ଆନୁଷ୍ଠାନିକ ମୁଖ୍ୟମାନେ ଷ୍ଟାଫ୍‌ମାନଙ୍କର ରହିବା ଖାଇବା ବ୍ୟବସ୍ଥା ହୋଇଥିବା ନେଇ ଜବାବ ମଗାଯାଇଛି। ଏହି ରହଣି ଓ ଭୋଜନ ବ୍ୟବସ୍ଥା ସେମାନଙ୍କ କାର୍ଯ୍ୟସ୍ଥଳ ନିକଟରେ ହୋଇଥିବା ନେଇ ତହିଁରେ ସର୍ତ୍ତ ରହିଛି।

ସମ୍ବନ୍ଧିତ ଖବର