ମମତାଙ୍କୁ ଲାଗିଥିବା ଆଘାତ ଆକସ୍ମିକ, ଆକ୍ରମଣର କୌଣସି ପ୍ରମାଣ ନାହିଁ: ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ

କୋଲକାତା: ନନ୍ଦିଗ୍ରାମରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ରେ ଲାଗିଥିବା ଆଘାତ ଆକସ୍ମିକ ଥିଲା। ତାଙ୍କ ଉପରକୁ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି। ନିର୍ବାଚନ ଆୟୋଗ ଆକ୍ରମଣ ପରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ଅଜୟ ନାୟକଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଥିଲେ।

ସୂତ୍ରରୁ ଜଣାପଡ଼ିଛି ଯେ, ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ସେମାନଙ୍କ ରିପୋର୍ଟରେ ଆକ୍ରମଣ ହୋଇଥିବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ରିପୋର୍ଟରେ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣର କୌଣସି ପ୍ରମାଣ ନାହିଁ ବୋଲି କହିବା ସହ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ କହିଛନ୍ତି ଯେ ଘଟଣା ଘଟିବା ସମୟରେ ମମତାଜୀ ପୁଲିସ ଛାଉଣୀ ମଧ୍ୟରେ ଥିଲେ।

www.indiatoday.in

ପ୍ରଥମେ ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଅଲପନ ବନ୍ଦ୍ୟୋପାଧ୍ୟାୟଙ୍କୁ ରିପୋର୍ଟ ଦେବାକୁ କୁହାଯାାଇଥିଲା। ନିଜ ରିପୋର୍ଟରେ ଅଲପନ କହିଥିଲେ ଯେ, ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରୁଥିବାବେଳେ ମମତା ବାନାର୍ଜୀଙ୍କ ଗୋଡ଼ରେ ଏକ କାରର କବାଟ ବାଜିଥିଲା, ଯାହାଫଳରେ ତାଙ୍କ ଗୋ‌ଡ଼ରେ ଆଘାତ ଲାଗିଥିଲା। ହେଲେ କେମିତି କାରର କବାଟ ଆସି ମମତା ବାନାର୍ଜୀଙ୍କ ଗୋଡ଼ରେ ବାଜିଥିଲା, ତାହା ରିପୋର୍ଟରେ କୁହାଯାଇନଥିଲା।

ଅଲପନଙ୍କ ରିପୋର୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କରି ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଥିଲେ। ଏହା ପରେ ସ୍ୱତନ୍ତ୍ର ପୁଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଅଜୟ ନାୟକ ନିର୍ବାଚନ ଆୟୋଗରେ ସେମାନଙ୍କର ସବିଶେଷ ରିପୋର୍ଟ ଦାଖଲ କରିବା ପୂର୍ବରୁ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଥି‌ବା ଦୁର୍ଘଟଣାସ୍ଥଳ ଯାଞ୍ଚ କରିଥିଲେ।

ସମ୍ବନ୍ଧିତ ଖବର