‘ମମତାଙ୍କ ରୋଷଶାଳା’: ପ୍ରବାସୀ ଶ୍ରମିକଙ୍କୁ ୫ ଟଙ୍କାରେ ଭୋଜନ

କୋଲକାତା: ପଶ୍ଚିମବଂଗରେ ତୃଣମୂଳ କଂଗ୍ରେସ ‘ଦିଦିଙ୍କ ରୋଷଶାଳା’ କାର୍ଯ୍ୟକ୍ରମ ଆରମ୍ଭ କରିଛି ଏବଂ ଏହା ମାଧ୍ୟମରେ ପ୍ରବାସୀ ଶ୍ରମିକମାନଙ୍କୁ ମାତ୍ର ୫ ଟଙ୍କାରେ ଭୋଜନ ଉପଲବ୍ଧ କରାଯାଉଛି। କାମଧନ୍ଦା ହରାଇଥିବା ରାଜ୍ୟର ଲକ୍ଷାଧିକ ଶ୍ରମିକଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ଶ୍ରମିକମାନଙ୍କୁ ଭୋଜନ ଉପଲବ୍ଧ କରାଯାଉଛି। ଭୋଜନରେ ଭାତ, ଡାଲି, ଘାଣ୍ଟ ତରକାରୀ ଏବଂ ପାପଡ଼ ଦିଆଯାଉଛି।

ସମ୍ବନ୍ଧିତ ଖବର