ମମତା ବାନାର୍ଜୀଙ୍କ କରୋନା ମୁକାବିଲା ସୂତ୍ର : ଘରର କବାଟ ଓ ଝରକା ଖୋଲା ରଖନ୍ତୁ, ଭୂତାଣୁ ବାହାରକୁ ପଳାଇବ

କୋଲକାତା: ସମଗ୍ର ଦେଶ କରୋନା ମହାମାରୀ ବିପଦର ମୁକାବିଲା ପାଇଁ ଜୋରସୋର ଲାଗି ପଡ଼ିଛି। ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରୋନା ସଂକମ୍ରଣକୁ ହ୍ରାସ କରିବାକୁ ହେଲେ ଘରର କବାଟ ଓ ଝରକା ଖୋଲା ରଖିବାକୁ ପଡ଼ିବ ବୋଲି କହିଛନ୍ତି। କବାଟ ଓ ଝରକା ଖୋଲା ରଖିବା ଦ୍ୱାରା କରୋନା ଜୀବାଣୁ  କବଳରୁ ରକ୍ଷା ମିଳିବ ବୋଲି ସେ ବିଶ୍ୱାସ ରଖିଛନ୍ତି।

ଡାକ୍ତରମାନେ ପୋର୍ଟେବଲ୍‌ ଏୟାର କଣ୍ଡିସନର ଦାବି କରିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ  ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ଯେତେବେଳେ ବି କାରରେ ଯାତ୍ରା କରେ, ମୁଁ କାର ଝରକା ଖୋଲା ରଖିଥାଏ। ମୋ ଘରେ ବହୁ ସଂଖ୍ୟକ  କବାଟ କି ଝରକା ନାହିଁ। କିନ୍ତୁ ଯେତିକି ବି ଅଛି ମୁଁ ସେଗୁଡ଼ିକୁ ସର୍ବଦା ଖୋଲା ରଖିଥାଏ। କାରଣ ଝରକା କବାଟ ଖୋଲା ରଖିବା ଦ୍ୱାରା ଘର ଭିତରକୁ ସୂର୍ଯ୍ୟ କିରଣ ଓ ପ୍ରାକୃତିକ ପବନ ପ୍ରବେଶ କରେ, ଯାହାକି ଘର ଭିତରେ ଥିବା ଭୂତାଣୁଙ୍କୁ ବାହାରକୁ ଯିବାରେ ସାହାଯ୍ୟ କରିଥାଏ।’

Mamata Banerjee announces a slew of measures to tackle COVID-19 ...
The Week

ଏଥିସହିତ ମମତା ଏପରି ସମାନ ନିୟମ ପାଳନ କରିବାକୁ ଡାକ୍ତରମାନଙ୍କୁ ବି ପରାମର୍ଶ ଦେଇଛନ୍ତି। ଡାକ୍ତରମାନେ ୮ ଘଣ୍ଟା କାମ କରିବା ଭିିତରେ ପୋର୍ଟେବଲ୍‌ ଏୟାର କଣ୍ଡିସନରରେ ୪ରୁ ୫ ଘଣ୍ଟା କାମ କରି ଥାଆନ୍ତି। ଯଦି ସମ୍ଭବ ହୁଏ ତେବେ ୧ରୁ ୧.୫ ଘଣ୍ଟା ପର୍ଯ୍ୟନ୍ତ କବାଟ ଓ ଝରକା ଖୋଲା ରଖନ୍ତୁ। ଭାଇରସ୍‌ ଆପେ ଆପେ କୋଠରୀ ବାହାରକୁ ଚାଲିଯିବ ବୋଲି ମମତା କହିଛନ୍ତି।

ରାଜ୍ୟରେ କୋଭିଡ-୧୯ ମହାମାରୀର ନିୟନ୍ତ୍ରଣ ନେଇ ବିରୋଧୀଙ୍କୁ ମମତା ଆକ୍ଷେପ କରିଛନ୍ତି। ଦେଶରେ କରୋନାଭାଇରସ୍‌ ଦ୍ୱାରା ପ୍ରଭାବିତ ଶ୍ରେଷ୍ଠ ଦଶଟି ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ ରହିଛି। ଏଯାବତ ପଶ୍ଚିମବଙ୍ଗରେ ମୋଟ ୨୩,୮୩୭ କରୋନାଭାଇରସ୍‌ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ୧୫,୭୯୦ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହି କୋଭିଡ -୧୯ରେ ମୃତ୍ୟୁ ସଂଖ୍ୟା ୮୦୪ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର