କୋଲକାତା : ଅଗ୍ନିପଥ ସ୍କିମ୍ ମାଧ୍ୟମରେ ସେନା ବାହିନୀରେ ଯୋଗ ଦେଇଥିବା ସୈନିକମାନଙ୍କର ଅବସର ବୟସକୁ ୬୫ ବର୍ଷକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଛନ୍ତି ଅଗ୍ନିବୀରମାନଙ୍କୁ ୪ ମାସ ତାଲିମ ଦେଇ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଉଛି । ୪ବର୍ଷ ପରେ ସେମାନଙ୍କ ଭବିଷ୍ୟତ କଣ ହେବ ? ତାହା ଅନିଶ୍ଚିତ । ଏଣୁ ମୁଁ ଦାବି କରୁଛି ଯେ ଅଗ୍ନିବୀରମାନଙ୍କ ଅବସର ବୟସକୁ ୬୫ ବର୍ଷକୁ ବୃଦ୍ଧି କରାଯାଉ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଅଗ୍ନିବୀର ସ୍କିମ ଆରମ୍ଭ କରିଛନ୍ତି । ଆମର ଲକ୍ଷ୍ୟ ହେଉଛି ଅଧିକରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା, କିନ୍ତୁ ବିଜେପି ଯୁବକଯୁବତୀମାନଙ୍କୁ ମାତ୍ର ୪ ବର୍ଷ ନିଯୁକ୍ତି ଦେବା ପରେ ଅନିଶ୍ଚିତ ଭବିଷ୍ୟତମଧ୍ୟକୁ ଠେଲିଦେଉଛି ।
ସୂଚନାଯୋଗ୍ୟ ଯେ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗତ ଜୁନ ୧୪ ତାରିଖ ଦିନ ସେନା ବାହିନୀରେ ନୂଆ ନିଯୁକ୍ତି ଯୋଜନା ଅଗ୍ନିପଥର ଘୋଷଣା କରିଥିଲେ । ଏହା ମାଧ୍ୟମରେ ୧୭.୫ ବର୍ଷରୁ ୨୧ ବର୍ଷର ଯୁବକ ଯୁବତୀମାନେ ସେନାବାହିନୀରେ ୪ ବର୍ଷ ପାଇଁ ଯୋଗ ଦେଇପାରିବେ । ମାତ୍ର ଏହାକୁ ନେଇ ସାରା ଦେଶରେ ପ୍ରବଳ ବିରୋଧ କରାଯାଉଛି । ଏହି ସ୍କିମ ଦ୍ବାରା ବିଜେପି ଓ ଆରଏସଏସ ନିଜସ୍ବ ଗୁଣ୍ଡା ବାହିନୀ ଗଠନ କରିବାକୁ ଗୋପନ ଏଜେଣ୍ଡା ରଖିଛନ୍ତି ବୋଲି ମମତା ପୂର୍ବରୁ କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/WhatsApp-Image-2022-06-27-at-5.33.41-PM.jpeg)