ବାତ୍ୟା ପରେ ମୋଦି ୨ଥର ଫୋନ କରିଥିଲେ ମଧ୍ୟ ମମତା ଉଠାଇନଥିଲେ

ନୂଆଦିଲ୍ଲୀ : ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ଫନି ଗତ ୩ ତାରିଖ ଦିନ ଉପକୂଳ ଓଡ଼ିଶାରେ ନାହିଁ ନଥିବା କ୍ଷୟ କ୍ଷତି କରିଛି । ଶୁକ୍ରବାରଦିନ ଓଡ଼ିଶା ଓ ତାପରେ ପଶ୍ଚିମବଙ୍ଗର କିଛି ଅଂଚଳରେ କ୍ଷୟକ୍ଷତି କରିବା ପରେ ଶନିବାରଦିନ ଫନି ମହାବାତ୍ୟା ପଡୋଶୀ ଦେଶ ବାଂଲାଦେଶରେ ପ୍ରବେଶ କରିଥିଲା ।

ଏହା ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ବିଧ୍ୱସ୍ତ ରାଜ୍ୟ ଓଡ଼ିଶାର ରାଜ୍ୟପାଳ ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କୁ ଫୋନରେ କଥା ହୋଇଥିବା ଟ୍ଵିଟ କରିଥିଲେ । କିନ୍ତୁ ମୋଦି କାହିଁକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ସହିତ କଥା ହେଲେ ନାହିଁ ତାହାକୁ ନେଇ ବିବାଦ ଦେଖାଦେଇଛି । ମୋଦି ମମତାଙ୍କ ସହ କଥା ହୋଇନଥିବାରୁ ତୃଣମୂଳ କଂଗ୍ରେସ ଅଭିଯୋଗ କରିଥିଲା । ଏ ସଂପର୍କରେ ନିଜର ସ୍ଥିତି ସ୍ପଷ୍ଟ କରିଛି ପିଏମଓ । ପିଏମଓ ପକ୍ଷରୁ କୁହାଯାଇଛି ଯେ ମମତାଙ୍କ ଅଫିସକୁ ଦୁଇ ଥର ଫୋନ କରିବାକୁ ଉଦ୍ୟମ କରାଯାଇଥିବାବେଳେ ପ୍ରତିଥର ମୁଖ୍ୟମନ୍ତ୍ରୀ ବ୍ୟସ୍ତ ଅଛନ୍ତି ଓ କଲବ୍ୟାକ୍‌ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ଫୋନ କରାଯାଇନଥିଲା ।

ସମ୍ବନ୍ଧିତ ଖବର