ମୁମ୍ବାଇ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଶିବସେନା ସଭାପତି ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି। ମୁମ୍ବାଇରେ ଥିବା ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମମତା ବାନାର୍ଜୀ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମମତା କହିଛନ୍ତି ଯେ ଦେଶରେ ସର୍ବୋଚ୍ଚ ଜରୁରୀକାଳୀନ ପରିସ୍ଥିତି ମୋଦିଜୀଙ୍କ ସମୟରେ ଘଟିଛି। କେବେ ଏତଲା ଦାଏର ହେବ ତାହା କେହି ଜାଣନ୍ତି ନାହିଁ। ସେ ଜରୁରୀକାଳୀନ ପରିସ୍ଥିତିକୁ ସମର୍ଥନ କରନ୍ତି ନାହିଁ। ଏହି ସରକାର ସ୍ଥିର ନାହିଁ।

Advertisment

ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ରରେ ମୋଦୀ ସରକାର ଅଧିକ ଦିନ ଚାଲିବ ନାହିଁ। ଖେଳ ଆରମ୍ଭ ହୋଇଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କ ପାଇଁ ପ୍ରଚାର କରିବେ।

ଏହି ସମୟରେ ଉଦ୍ଧବ ଠାକରେ କହିଥିଲେ ଯେ ମମତା ଓ ମୋ ମଧ୍ୟରେ  ଭାଇ ଓ ଭଉଣୀର ସମ୍ପର୍କ ରହିଛି। ଏହି ବୈଠକକୁ ନେଇ ରାଜନୈତିକ କିଛି ନାହିଁ। ଏହା ସହ ଉଦ୍ଧବ ଠାକରେଙ୍କ ଶିବସେନା ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମମତା ବାନାର୍ଜୀଙ୍କ ଏହି ସାକ୍ଷାତର ଏକ ଫଟୋ ସେୟାର କରିଛି । ମମତା ବାନାର୍ଜୀ, ଉଦ୍ଧବ ଠାକରେ, ତାଙ୍କ ପତ୍ନୀ ରଶ୍ମି ଠାକରେ ଏବଂ ପୁଅ ଆଦିତ୍ୟ ଠାକରେ ଏବଂ ତେଜସ ଠାକରେ ମଧ୍ୟ ଉପସ୍ଥିତ ଥିଲେ।