ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କହିଛନ୍ତି ଯେ ସେ ନରେନ୍ଦ୍ର ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ । ମମତା ବାନାର୍ଜୀ କହିଛନ୍ତି ଯେ କେତେକ ସାମ୍ବିଧାନିକ କାର୍ଯ୍ୟକ୍ରମ ରହିଛି ଯେଉଁଠାରେ ଯୋଗ ଦେବା ଜରୁରୀ । ତେବେ ମଝିରେ ଆଉ ମାତ୍ର ଗୋଟିଏ ଦିନ ଥିବାରୁ ସେ ଯିବା ପାଇଁ ଉଦ୍ୟମ କରିବେ । ଆସନ୍ତା ଗୁରୁବାରଦିନ ଅର୍ଥାତ ୩୦ ତାରିଖ ଦିନ ମୋଦି ପ୍ରଧାନମନ୍ତ୍ରୀଭବେ ଶପଥ ଗ୍ରହଣ କରିବେ ।

ନିକଟରେ ସମାପ୍ତ ନିର୍ବାଚନରେ ପଶ୍ଚିମବଙ୍ଗରେ ଟିଏମସି ଓ ବିଜେପି ମଧ୍ୟରେ ସଂପର୍କ ଅତ୍ୟନ୍ତ ଖରାପ ହୋଇଯାଇଥିଲା । ଦୁଇ ଦଳ ମଧ୍ୟରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା । ନିକଟରେ ସମାପ୍ତ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଓ ଟିଏମସି ୨୩ଟି ଆସନ ଜିତିଥିଲା । ଆଜି ମଧ୍ୟ ଟିଏମସିର ୨ଜଣ ବିଧାୟକ ଓ ୫୦ରୁ ଅଧିକ କାଉନସିଲର ବିଜେପିରେ ଯୋଗ ଦେଇଛନ୍ତି ।

ସମ୍ବନ୍ଧିତ ଖବର