ଷ୍ଟଣ୍ଟ କରୁଥିବା ବେଳେ ଭୁଲବଶତଃ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ

ନୂଆଦିଲ୍ଲୀ: ଷ୍ଟଣ୍ଟ କରୁଥିବା ବେଳେ ଭୁଲବଶତଃ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ। ବୁଧବାର ରାତିରେ ଗୁଜୁରାଟର ସୁରଟରେ ଗଣେଶ ଚତୁର୍ଥୀ ଉତ୍ସବରେ ଜଣେ ବ୍ୟକ୍ତି ନିଆଁ ସହ ଷ୍ଟଣ୍ଟ କରୁଥିବା ବେଳେ ହଠାତ୍ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଟୁଇଟରରେ ସେୟାର ହୋଇଥିବା ଏହି ଘଟଣାର ଏକ ଭିଡିଓରେ ଦେଖାଯାଇଛି ଯେ ମଞ୍ଚ ଉପରେ ଠିଆ ହୋଇଥିବା ବ୍ୟକ୍ତି ଜଣକ ନିଆଁ ସହ ଷ୍ଟଣ୍ଟ କରୁଛନ୍ତି। ତାଙ୍କ ସହ ମଞ୍ଚ ଉପରେ କିଛି ଲୋକ ଥିବା ବେଳେ ତଳେ ମଧ୍ୟ କିଛି ଲୋକ ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖାଯାଇଛି ଯେ, ଯେତେବେଳେ ବ୍ୟକ୍ତି ଜଣକ ସର୍ବସାଧାରଣରେ ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା। ପାଟିରେ ଜ୍ୱଳନ୍ତ ପଦାର୍ଥକୁ ରଖି ସେ ନିଆଁ ଆଡକୁ ପକାଇବା ମାତ୍ରେ ନିଆଁ ଉପରକୁ ଉଠିବା ସହ ସେ ପିନ୍ଧିଥିବା ସାର୍ଟରେ ଲାଗିଯାଇଥିଲା। ନିଆଁ ଲାଗିବା ପରେ ସେ ଏହାକୁ ଲିଭାଇବାକୁ ଚେଷ୍ଟା କରିଥିଲେ ବି ନିଆଁ ଲିଭିନଥିଲା। ଏହା ପରେ ସେ ପିନ୍ଧିଥିବା ସାର୍ଟ ଖୋଲି ଫିଙ୍ଗି ଦେଇଥିଲେ।

ସମ୍ବନ୍ଧିତ ଖବର