ଜର୍ମାନ୍‌ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି କହିଲେ: ମୁଁ ନିର୍ଦ୍ଦୋଷ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଏକ ରେଳ ଷ୍ଟେସନ୍‌ରେ ଜଣେ ଜର୍ମାନ୍‌ ପର୍ଯ୍ୟଟକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତ ବ୍ୟକ୍ତି କହିଛନ୍ତି କି, ସେ ନିର୍ଦ୍ଦୋଷ, ଏବଂ ଓଲଟି ଜର୍ମାନ୍‌ ପର୍ଯ୍ୟଟକଜଣକ ତାଙ୍କୁ ଆକ୍ରମଣ କରିଛନ୍ତି।

ପୁଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତ ଅମନ ଯାଦବ କହନ୍ତି: ମୁଁ ନିର୍ଦୋଷ। ମୁଁ ‘ଭାରତକୁ ସ୍ୱାଗତ’ କହିବା ପରେ ସେ ଜର୍ମାନ୍‌ ପର୍ଯ୍ୟଟକ ମୋତେ ମାରିଥିଲେ। ସେ ମୋ ଉପରକୁ ଛେପ ମଧ୍ୟ ପକାଇଛନ୍ତି।

ରବର୍ଟସ୍‌ଗଞ୍ଜ ଷ୍ଟେସନ୍‌ରେ ଯାଦବଙ୍କ ଅଭିବାଦନକୁ ଅବଜ୍ଞା କରିବାରୁ ହଲଗର୍‌ ଏରିକ୍‌ ମିସ୍‌ଙ୍କ ସେ ଶନିବାର ଦିନ ଆକ୍ରମଣ କରିଥିଲେ ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର