ନଓ୍ବାଡା (ବିହାର) : ବିହାରର ନଓ୍ବାଡ଼ାରେ ହୋଇଥିବା ଏକ ଅସଦାଚର ମାମଲାରେ ଗାଁର ପଂଚାୟତ ଅଭିଯୁକ୍ତକୁ ୫ ଥର ବସଉଠ କରିବା ପରେ ଛାଡ଼ିଦେଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ନଓ୍ବାଡ଼ା ଜିଲ୍ଲାର ଆକବରପୁର ଅଞ୍ଚଳର ଜଣେ ବ୍ୟକ୍ତି ଏକ ନାବାଳିକାକୁ ଚକଲେଟ ଦେବା ବାହାନାରେ ଏକ କୁକୁଡା ଫାର୍ମକୁ ନେଇ ଅସଦାଚରଣ କରିଥିଲା । ନାବାଳିକାର ପରିବାର ଲୋକ ଏ ନେଇ ଅଭିଯୁକ୍ତର ପରିବାରକୁ ଜଣାଇବା ସତ୍ତ୍ବେ ସେମାନେ ତାହାକୁ ମାନିନଥିଲେ । ଫଳରେ ସେମାନେ ଗାଁ ପଞ୍ଚାୟତରେ ଅଭିଯୋଗ କରିଥିଲେ ।
ଗାଁର ପୂର୍ବତନ ମୁଖିଆଙ୍କ ନେତୃତ୍ୱରେ ବସିଥିବା ଗାଁ ପଞ୍ଚାୟତ ଦ୍ୱାରା ସୋମବାର ଏହି ମାମଲାର ବିଚାର କରାଯିବା ପରେ ଅଭିଯୁକ୍ତ ସେପରି କୌଣସି ଅପରାଧ କରିନଥିବା ରାୟ ଶୁଣାଇଥିଲେ । ପଂଚାୟତ ମତରେ ଅଭିଯୁକ୍ତର ଏକମାତ୍ର ଅପରାଧ ହେଲା ସେ ଏକ ନିଛାଟିଆ ସ୍ଥାନକୁ ନାବାଳିକାକୁ ନେଇଥିଲା । ଏହି ଅପରାଧ ପାଇଁ ତାକୁ ମାତ୍ର ୫ ଥର ବସଉଠ କରାଯାଇ ଛାଡ଼ିଦିଆଯାଇଥିଲା । ଏହା ସହିତ ପୁଲିସରେ ଅଭିଯୋଗ କଲେ ଉଭୟ ପରିବାରର ବଦନାମ ହେବ କହି ଏଫଆଇଆର ନ ଦେବାକୁ ପୀଡିତା ପରିବାରକୁ ପଂଚାୟତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।
କିନ୍ତୁ ସୋସିଆଲ ମିଡିଆରେ ଏ ଘଟଣା ସଂପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଭାଇରାଲ ଭିଡିଓ ଅନୁଯାୟୀ, ଅଭିଯୁକ୍ତ ବସଉଠ ହେଉଥିବାବେଳେ ସେଠାରେ ଉପସ୍ଥିତ କିଛି ପୁରୁଷ ଓ ମହିଳା ତାଙ୍କୁ ଗାଳି ଦେଉଥିଲେ ।
ପୁଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/44eadf52-2cf0-472c-b1d1-8fb30890a45d.jpg)