ନୂଆଦିଲ୍ଲୀ: ପ୍ରସାଦରୁ ମିଳିଲା ପୋକ। ରବିବାର ଦିନ ଆନ୍ଧ୍ର ପ୍ରଦେଶର ଶ୍ରୀଶୈଳମ୍ ଦେବସ୍ଥାନମ୍ ମନ୍ଦିରରେ ଭକ୍ତଙ୍କୁ ମିଳିଥିବା ଲଡୁରୁ ପୋକ ବାହାରିଥିବା ଜଣାଯାଇଛି। ଜଣେ ବ୍ୟକ୍ତି ଏଭଳି ଅଭିଯୋଗ କରିଛନ୍ତି। ତାଙ୍କର ଏହି ଦାବି ପରେ ପ୍ରସାଦର ମାନକୁ ନେଇ ପ୍ରଶ୍ନ ଉଠିବା ସହ ଉତ୍ତେଜନା ଦେଖାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ମନ୍ଦିରର ସ୍ୱଚ୍ଛତା ରକ୍ଷଣାବେକ୍ଷଣ ଉପରେ ଚିନ୍ତା ପ୍ରକଟ ହୋଇଛି।
ସରସଚନ୍ଦ୍ର କେ ନାମକ ଜଣେ ଭକ୍ତ ଲଡୁରେ ମୃତ ପୋକ ଥିବାର ଏକ ଭିଡିଓ ସେୟାର କରି ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଭିଡିଓକୁ @ତେଲୁଗୁସ୍କ୍ରାଇବ୍ ନାମକ ଜଣେ ଉପଭୋକ୍ତା ଏକ୍ସରେ ମଧ୍ୟ ସେୟାର କରିଥିଲେ।
శ్రీశైలం లడ్డు ప్రసాదంలో బొద్దింక కలకలం
— Telugu Scribe (@TeluguScribe) June 29, 2025
ప్రసాదాల కౌంటర్ వద్ద భక్తుల ఆందోళన
ఇదేంటని ప్రశ్నించిన భక్తుడి నుంచి లడ్డు లాక్కున్న అధికారులు
ప్రసాదంలో బొద్దింక వ్యవహారంపై స్పందించిన ఆలయ ఈవో శ్రీనివాసరావు
ఈ ఘటన నిజంగా జరిగిందా లేదా ఎవరైనా కావాలనే దుష్ప్రచారం చేస్తున్నారనే దానిపై… pic.twitter.com/w5Ku6bwwbw
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରସଚନ୍ଦ୍ର ଏପରି ଦାବି କରିବା ପରେ, ଭକ୍ତମାନେ ପ୍ରସାଦ କାଉଣ୍ଟରରେ ଚିନ୍ତିତ ହୋଇପଡ଼ିଥିଲେ। ମନ୍ଦିର କର୍ମଚାରୀମାନେ ଲଡୁ ପ୍ରସ୍ତୁତ କରିବାରେ ଅବହେଳା କରିଥିବା ନେଇ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀନିବାସ ରାଓଙ୍କୁ ଲିଖିତ ଅଭିଯୋଗ କରିଥିଲେ ସରସଚନ୍ଦ୍ର।
ହେଲେ ମନ୍ଦିର ଅଧିକାରୀ ଶ୍ରୀନିବାସ ରାଓ ସରସଚନ୍ଦ୍ରଙ୍କ ଦାବିକୁ ଖଣ୍ଡନ କରି ଆଶ୍ୱାସନା ଦେଇଛନ୍ତି ଯେ, "ଲଡୁଗୁଡ଼ିକ ତିଆରି କରିବା ବେଳେ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦିଆଯାଉଛି। ଏଥିରେ ପୋକ ମିଳିବାର କୌଣସି ସମ୍ଭାବନା ନାହିଁ। ସତରେ ଲଡୁରୁ ପୋକ ବାହାରିଥିଲା ନା ଜାଣିଶୁଣି ଏଭଳି କରାଯାଇଥିଲା, ତାହା ଜାଣିବା ପାଇଁ ସିସିଟିଭି ସ୍କାନ କରାଯାଉଛି।"