ବିଜୟଓ୍ଵାଡ଼ା: ପ୍ରକାଶମ୍ ଜିଲ୍ଲା କାଣିଗିରି ମଣ୍ଡଳ ଅନ୍ତର୍ଗତ ବାଗୁପଲ୍ଲୀ ଗାଁ’ରେ ଚାର୍ଜରେ ବସିଥିବା ଫୋନ୍ରେ କଥା କହିଲା ବେଳେ ବିଜୁଳି ଆଘାତ ଲାଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ହାଇ ଭୋଲ୍ଟ୍ ଯୋଗୁଁ ଫୋନ୍ ଚାର୍ଜର୍ଟି ପୋଡ଼ି ଯାଇଥିବା ସନ୍ଦେହ କରାଯାଉଛି।
ପୁଲିସ କହିବା ଅନୁସାରେ, ୩୧ ବର୍ଷିୟ ମୃତ ବ୍ୟକ୍ତିଙ୍କ ନାମ ଚଙ୍ଗୁ ମସ୍ତାନ ରେଡ୍ଡୀ, ସେ ଜଣେ ଦିବ୍ୟାଙ୍ଗ ଏବଂ ଏକେଲା ରହୁଥିଲେ।
କାଣିଗିରି ସବ୍-ଇନ୍ସପେକ୍ଟର୍ ୟୁ ଶ୍ରୀନିବାସୁଲୁ କହିଛନ୍ତି: ସୋମବାର ରାତିରେ ବିଜୁଳି ତାର ପୋଡ଼ା ଗନ୍ଧ ବାରି ପଡ଼ୋଶୀମାନେ ଆସି ଦେଖିଲେ, ମସ୍ତାନ ଚଟାଣରେ ମରି ପଡ଼ିଛନ୍ତି। ତାଙ୍କ ବାମ ହାତରେ ଥିଲା ମୋବାଇଲ୍ ଫୋନ୍। ତାଙ୍କୁ ଡାକ୍ତରଖାନା ନିଆଯିବାରୁ ଡାକ୍ତରମାନେ କହିଲେ କି, ବିଜୁଳି ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇ ସାରିଛି। ମାସିକ ୧୦୦୦ ଟଙ୍କା ସରକାରୀ ଦିବ୍ୟାଙ୍ଗ ବର୍ଗରେ ଭତ୍ତା ପାଇ ସେ ଚଳୁଥିଲେ। କିଛି ବର୍ଷ ତଳେ ତାଙ୍କ ପିତାମାତାଙ୍କର ଦେହାନ୍ତ ହୋଇ ଯାଇଥିଲା।
ସେ ମୋବାଇଲ୍ ନିର୍ମାତାଙ୍କ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କାଣିଗିରି ଇନ୍ସ୍ପେକ୍ଟର୍ ଏମ୍ ସୁବ୍ଦାରାଓ କହିଛନ୍ତି ଫୋନ୍ଟି ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହୋଇଯାଇଥିବାରୁ ଏହାର ନିର୍ମାତା କିଏ ଜାଣି ହେଉନାହିଁ। ମାତ୍ର ଖୋଳର ପଛପଟରୁ ଏହା ସାମ୍ସଙ୍ଗ୍ କମ୍ପାନିର ବୋଲି ଜଣାପଡୁଛି। କିନ୍ତୁ, ଏଇଟା ନିଶ୍ଚୟ ସ୍ମାର୍ଟ ଫୋନ୍ ନୁହେଁ। ଏହା ପୁରୁଣା ନୋକିଆ କିପ୍ୟାଡ୍ ଫୋନ୍ ପରି ଜଣାପଡୁଛି।
ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।